ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ଟଙ୍କା ଜମା କରାଯିବା ପ୍ରସଙ୍ଗରେ ବିଜେପି ଆଣିଥିବା ଅଭିଯୋଗର ଜବାବ ଦେଇଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବିଜେପିର ଅଭିଯୋଗକୁ ନିରାଧାର ବୋଲି କହିଲେ ବିଜେଡି ନେତା ସଂଜୟ ଦାସବର୍ମା । ବିଜେପିର ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ବିଜେପି ମିଛରେ ବୟାନବାଜି କରୁଥିବା ଅଭିଯୋଗ କରିଛି ବିଜେଡି ।
ୟେସ୍ ବ୍ୟାଙ୍କରେ ଥିବା ଜଗନ୍ନାଥଙ୍କ ଟଙ୍କା ବାବଦରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସ୍ପଷ୍ଟିକରଣ ଦେଇଛନ୍ତି । ଏଥିପାଇଁ ଆତଙ୍କିତ ହେବା ଆବଶ୍ୟକ ନୁହେଁ । ବିଜେଡି ସାଂସଦମାନେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି । ଟଙ୍କା ସୁରକ୍ଷିତ ଥିବା ନେଇ ମନ୍ତ୍ରୀ ଆଶ୍ୱସ୍ତି ମଧ୍ୟ ଦେଇଛନ୍ତି । ରିଜର୍ଭ ବ୍ୟାଙ୍କ ସରଭିଲାନ୍ସରେ ଅନ୍ୟ ବ୍ୟାଙ୍କଗୁଡିକ କାମ କରନ୍ତି । ତଦନ୍ତ ପାଇଁ ସର୍ବଦଳୀୟ ଗୃହ କମିଟି ଗଠନ ହୋଇଛି । ଜମା ରାଶି ନେଇ ଗୃହ କମିଟି ବିସ୍ତୃତ ଆଲୋଚନା କରିବ ।
ସେହିପରି କରୋନା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । କରୋନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଏପରି ବିପର୍ଯ୍ୟୟକୁ ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି । କେନ୍ଦ୍ର ସରକାର ମଧ୍ୟ କରୋନାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । କରୋନା ମୁକାବିଲା ପାଇଁ ଓଡ଼ିଶାରେ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହେବା ଉଚିତ । ରାଜନୈତିକ ବୟାନବାଜି ନକରି ଓଡ଼ିଶାର ସ୍ୱାର୍ଥ ପାଇଁ ଏକାଠି ହେବା ଉଚିତ ବୋଲି ବିଜେଡି କହିଛି ।
BREAKING NEWS
- state of emergency: ଜଙ୍ଗଲରେ ଅଗ୍ନିକାଣ୍ଡ; ୧୮ ଜଣଙ୍କର ମୃତ୍ୟୁ , ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି
- ନେପାଳରେ ଆଚରଣ ସଂହିତା ଲାଗୁ , ସାଧାରଣ ନିର୍ବାଚନ ମାର୍ଚ୍ଚ ୫ରେ..
- Brown Sugar Seizure: ବ୍ରାଉନସୁଗାର ସହ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ, ୨ ଅଭିଯୁକ୍ତ ଅଟକ
- Bhitarkanika: ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି; ୨୦ଟି ଧଳା କୁମ୍ଭୀର…
- ଜାନୁଆରୀ ୨୧ରୁ ରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’ ଆରମ୍ଭ…
- ସରିଗଲା କି ଜାଡେଜାଙ୍କ ଦିନିକିଆ କ୍ୟାରିୟର
- ଖଣି ମନ୍ତ୍ରୀଙ୍କୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ନିଜର ଦକ୍ଷତାର ପ୍ରମାଣ ଦିଅନ୍ତୁ: ବିଜେଡି
- ବଦଳିବ ଓଡ଼ିଶା ସରକାରଙ୍କ ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ
- ଅନୀସ ବଜମୀଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ଅକ୍ଷୟ କୁମାର, ବିଦ୍ୟା ବାଲାନ
- Majhighariani Temple: ସରିଲା ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଗଣତି; ଏତିକି କୋଟି ଟଙ୍କା ସହ ବିଦେଶୀ ନୋଟ ମିଳିଲା
Comments are closed.