Latest Odisha News

ଅଙ୍କିତ ଶର୍ମା ହତ୍ୟା ମାମଲାରେ ଆଉ ୫ ଗିରଫ

ନୂଆଦିଲ୍ଲୀ: ଗୋଇନ୍ଦା ବିଭାଗର ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ଘଟଣାରେ ସ୍ଥାନୀୟ ପୋଲିସ ଶନିବାର ଆଉ ୫ଜଣଙ୍କୁ ଗିରଫ କରିଛି । ଦିଲ୍ଲୀ ହିଂସା ବେଳେ ଅଙ୍କିତଙ୍କୁ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ହତ୍ୟା କରାଯାଇଥିଲା । ଦିଲ୍ଲୀ ପୋଲିସ ହିଂସାକୁ ଉସୁକାଇବା ଅଭିଯୋଗରେ ସୁମିତ, ଅଙ୍କିତ ଓ ପ୍ରିନ୍ସଙ୍କୁ ୧୨ ଦିନ ପୋଲିସ ରିମାଣ୍ଡରେ ପଠାଇଦେଇଛି ।

ପୂର୍ବରୁ ଅଙ୍କିତ ଘଟଣାରେ ପୂର୍ବ କାଉନସିଲର ତାହିର ହୁସେନ ଏବଂ ସଲମାନଙ୍କ ସମେତ ସେମାନଙ୍କ ସାଥୀଙ୍କୁ ପୋଲିସ ଗିରଫ କରିଛି । କଡକଡଡୁମା କୋର୍ଟ ସଲମାନଙ୍କୁ ୪ ଦିନ ପାଇଁ ଅପରାଧ ଶାଖାକୁ ପଠାଇ ଦେଇଛି । ସୂଚନାଯୋଗ୍ୟ ପୋଲିସ ଫେବୃୟାରୀ ୨୬ରେ ଅଙ୍କିତଙ୍କ ଶବ ନିକଟସ୍ଥ ଏକ ନାଳରୁ ପାଇଥିଲା ।

Leave A Reply

Your email address will not be published.