Latest Odisha News

BREAKING NEWS

ସୌମ୍ୟଙ୍କୁ ଉପ ସଭାପତି ପଦରୁ ହଟାଇଲା ବିଜେଡି

ଭୁବନେଶ୍ୱର: ଶେଷରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି । ତାଙ୍କୁ ଦଳର ଉପସଭାପତି ପଦରୁ ହଟା   ଯାଇଛି ।  ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ ନିଜ ଖବରକାଗଜ ସମ୍ବାଦରେ ଏକ ଆଲେଖ୍ୟ ଲେଖି ବିବାଦୀୟ ହୋଇ ପଡିଥିଲେ। ଏଥିରେ ସେ ୫ଟି ସଚିବଙ୍କ ହେଲିକପ୍ଟର ଗସ୍ତକୁ ସମାଲୋଚନା କରି ସିଧାସଳଖ ଟାର୍ଗେଟ କରିଥିଲେ । ଏହାକୁ ନେଇ ସେ ଦଳରେ ଏକଘରିକିଆ ହୋଇପଡିଥିଲେ ।

ଗତ କିଛି ଧରି ତାଙ୍କର ଏହି ଲେଖାକୁ ନେଇ ରାଜନୀତି ଜୋର ଧରିଥିଲା । ଆଲେଖ୍ୟ ପ୍ରକାଶର ୧୫ ଦିନ ପରେ ବିଜେଡି ନେତା, ମନ୍ତ୍ରୀମାନେ ସୌମ୍ୟଙ୍କୁ ସମାଲୋଚନା ଆରମ୍ଭ କରି ଦେଇଥିଲେ । ସେ ଦଳରେ ଥାଇ ଦଳ ବିରୋଧୀ କାମ କରୁଛନ୍ତି ବୋଲି ସିଧାସଳଖ ଆକ୍ଷେପ କରିଥିଲେ ବିଧାୟକ ଅରୁଣ ସାହୁ, ମନ୍ତ୍ରୀ ଅତନୁ ସବ୍ୟସାଚୀ ଏବଂ ପ୍ରତାପ ଦେବ । ତାଙ୍କ ବିରୋଧରେ ଦଳ ଦୃଢ କାର୍ଯ୍ୟନୁଷ୍ଠାନ ନେବ ବୋଲି ଆଶଙ୍କା କରାଯାଉଥିଲା ।

ସୌମ୍ୟଙ୍କୁ ଦଳର ଉପସଭାପତି ପଦରୁ ହଟାଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ଆଜି ଦଳ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ଅନ୍ୟପକ୍ଷେ କୌଣସି କାରଣ  ଦର୍ଶାଅ ନୋଟିସ ଜାରି ନ କରି ସୌମ୍ୟଙ୍କୁ ପଦରୁ ହଟା ଯାଇଥିବା କୁହାଯାଉଛି ।

 

 

Leave A Reply

Your email address will not be published.