Latest Odisha News

ଏହି ସବୁ ଜିନିଷ ଦାନ ଦେଉଥିଲେ ସାବଧାନ, ହୋଇଯିବ ଅନର୍ଥ…

ଭୁବନେଶ୍ଵର: ସନାତନ ସଂସ୍କୃତିରେ ଜଣେ ଅଭାବୀ ବ୍ୟକ୍ତି କିମ୍ବା ଗରିବ ବ୍ୟକ୍ତିଙ୍କୁ ଦାନ କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏହା କରିବା ଦ୍ୱାରା ମନୁଷ୍ୟର ସମସ୍ତ ପାପ ଧୋଇଯାଏ ଓ ସେ ଭଲ ଗୁଣ ପ୍ରାପ୍ତ କରନ୍ତି । ଏହି କାରଣ ହେଉଛି ଯେ ହିନ୍ଦୁ ଧର୍ମରେ ଯେକୌଣସି ପର୍ବପର୍ବାଣିରେ ଦାନ ବିନା ସମ୍ପୂର୍ଣ୍ଣ ନୁହେଁ ବୋଲି କୁହାଯାଏ । କିନ୍ତୁ ଧର୍ମଶାସ୍ତ୍ର ଅନୁଯାୟୀ, ଏମିତି କିଛି ଜିନିଷ ଅଛି, ଯାହାକୁ ଦାନ ଦେବା ଉଚିତ ନୁହେଁ । ଏହାଦ୍ୱାରା ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଏ …

ଆଧ୍ୟାତ୍ମିକ ପୁସ୍ତକକୁ ଏଭଳି ବ୍ୟକ୍ତିଙ୍କୁ ଦାନ ଦିଅନ୍ତୁ ନାହିଁ, ଯାହାର ଆଧ୍ୟାତ୍ମିକତା କ୍ଷେତ୍ରରେ ରୁଚି ନଥିବ । କାରଣ ସେଭଳି ବ୍ୟକ୍ତି ପୁସ୍ତକର ଅବମାନନା କରିଥାନ୍ତି । ତେଣୁ ଯିଏ ଦାନ କରିଛନ୍ତି, ତାଙ୍କ ପାଇଁ ଏହା ପାପର କାରଣ ହୋଇଥାଏ । ଭୋଜନ ବା ଅନ୍ନଦାନ ସବୁଠାରୁ ବଡ଼ ପୁଣ୍ୟ । କିନ୍ତୁ କାହାକୁ ଅଇଁଠା ଖାଦ୍ୟ ଦିଅନ୍ତୁ ନାହିଁ। ଏହାଦ୍ୱାରା ମା’ ଅନ୍ନପୂର୍ଣ୍ଣାଙ୍କ ଅପମାନ ହୋଇଥାଏ ।

ସନ୍ଧ୍ୟା ସମୟରେ ଲୁଣଦାନ କରିବା ଦ୍ୱାରା ଆର୍ଥିକ ଅନଟନ ଦେଖାଯାଏ । ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ବା ଫଟୋକୁ ଭୁଲ୍‌ରେ ସୁଦ୍ଧା କାହାକୁ ଦାନ କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ମା’ ଲକ୍ଷ୍ମୀ ଅନ୍ୟ ପାଖକୁ ଚାଲିଯାଆନ୍ତି । ଯାହାଦ୍ୱାରା ଆର୍ଥିକ କ୍ଷତି ସହିବାକୁ ପଡ଼େ । ମା’ ଲକ୍ଷ୍ମୀ-ଶ୍ରୀଗଣେଶଙ୍କ ଚିତ୍ର ଥିବା କଏନ୍‌ ମଧ୍ୟ କାହାକୁ ଦିଅନ୍ତୁ ନାହିଁ ବା ଦାନ କରନ୍ତୁ ନାହିଁ ।

ଫଟା ଷ୍ଟିଲ୍‌ ବାସନ ଓ ଲୁହା ଜିନିଷ କାହାକୁ ଦାନ କରନ୍ତୁ ନାହିଁ । ଘରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ କିମ୍ବା ଷ୍ଟିଲର କୌଣସି ବି ଜିନିଷ ଅନ୍ୟକୁ ଦାନ ଦିଅନ୍ତୁ ନାହିଁ ଏହା ଦ୍ୱାରା ଆପଣଙ୍କର ଅଶୁଭ ହେଇଥାଏ ଏବଂ ଧନହାନି ହେଇଥାଏ । କ୍ଷୁଣ ଜିନିଷ ଦାନ ଦେଲେ ଶନିଦେବଙ୍କ କୋପଦୃଷ୍ଟି ପଡ଼ିଥାଏ, ଯାହା ଫଳରେ ଅନେକ ସମସ୍ୟା ଆସେ । ପୁରୁଣା ଏବଂ ନିଜ ଉପଯୋଗରେ ଆସୁ ନ ଥିବା ପୁରୁଣା ଜିନିଷ କେବେ କାହାକୁ ଦାନ କରନ୍ତୁ ନାହିଁ । ଝାଡ଼ୁ ମଧ୍ୟ ଦାନ କରିବା ଅନୁଚିତ । ଏହା ଦ୍ୱାରା ମା’ ଲକ୍ଷ୍ମୀ କ୍ରୋଧିତ ହେଇଥା’ନ୍ତି ଏବଂ ଦାରିଦ୍ର୍ୟତା ଦେଖା ଦେଇଥାଏ ବୋଲି ବିଶ୍ବାସ ରହିଛି । ଶାସ୍ତ୍ର ଅନୁଯାଇ ଯଦି ଆମର ଶନିଦଶା ପଡିଥାଏ ତେବେ ତେଲ ଦାନ ଦ୍ୱାରା ଶନିଙ୍କ କୋପରୁ ରକ୍ଷା ମିଳିଥାଏ । କିନ୍ତୁ କାହାକୁ ଖରାପ ତେଲ ଦାନ କରିବା ଦ୍ବାରା ଅନେକ କ୍ଷତି ହେଇଥାଏ । ଘରେ ଅଶାନ୍ତି ଲାଗିରୁହେ । ଗୁଡ଼, ଅଟା, ତମ୍ବା ଆଦି ଦାନ କରିବା ଅନୁଚିତ। ଘରେ ଅମଙ୍ଗଳ ହେଇଥାଏ ଏବଂ ପରିବାର ସଦସ୍ୟଙ୍କ ଦେହ ଖରାପ ହେଇଥାଏ ।

Leave A Reply

Your email address will not be published.