Latest Odisha News

BREAKING NEWS

ନିଜ ସୁରକ୍ଷାକୁ ନେଇ ଚିନ୍ତାରେ ଜୟନାରାୟଣ: ବିଜେଡି କହିଲା, ‘ଏଠି କେହି ଅସୁରକ୍ଷିତ ନୁହଁନ୍ତି’

ଭୁବନେଶ୍ୱର:ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ   ବିରୋଧୀ ଦଳ ନେତା ଜୟନାରାୟଣ  ମିଶ୍ର ।  ଜୟାରାୟଣ କହିଲେ,  ମୋ ଜୀବନ ପ୍ରତି ବିପଦ ଅଛି। ମୋର ଯାହା ହେବ ସେଥିପାଇଁ ନବୀନ ବାବୁ ଦାୟୀ ରହିବେ

ଗତ କିଛି ଦିନହେବ ସରକାର ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିବା ଜୟନାରାୟଣ ମିଶ୍ର ବଡ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ତାଙ୍କ ଜୀବନ ପ୍ରତି ବିପଦ ରହିଛି । ତାଙ୍କ ଘର ସମ୍ମୁଖରେ ସବୁବେଳେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।ଏସବୁ ବିକ୍ଷୋଭ ପ୍ରାୟୋଜତ ବୋଲି କହିଛନ୍ତି ଜୟନାରାୟଣ । ଗୃହରେ ଓ ଗୃହ ବାହାରେ ସେ ସଂପୂର୍ଣ୍ଣ ଅସୁରକ୍ଷିତ  । ଯଦି ତାଙ୍କର ଓ ତାଙ୍କର ପରିବାରର କିିଛି କ୍ଷୟକ୍ଷତି ହୁଏ ତେବେ ଏଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି କହିଛନ୍ତି ବିରୋଧୀ ଦଳ ନେତା ।

ସେତିକି ନୁହେଁ, ଗୃହକାର୍ଯ୍ୟକୁ ନେଇ ମଧ୍ୟ କଡା ପ୍ରତିକ୍ରିୟା ରଖିଛନ୍ତି ଜୟନାରାୟଣ । ସେ କହିଛନ୍ତି, ଶାସକ ଦଳ ଚାହୁଁନାହାନ୍ତି ଗୃହ କାର୍ଯ୍ୟ ଚାଲୁ । ସେ କହିଛନ୍ତି, ବିଧାନସଭା କିପରି ଚାଲିବ ସେ  ନେଇ ବାଚସ୍ପତି ତିନି ଦିନ ତଳେ ସର୍ବ ଦଳୀୟ ବୈଠକ ଡାକିଥିଲେ। ବୈଠକରେ  ବିଜେପି, କଂଗ୍ରେସ ଓ ବିଜେଡି ପକ୍ଷରୁ ସହମତି ପ୍ରକାଶ ପାଇଥିଲା । ହେଲେ  ପରଦିନ ବିଧାନସଭା ଚାଲିବାରୁ ଶାସକ ଦଳ ପକ୍ଷରୁ ଗୃହରେ ହଟ୍ଟଗୋଳ କରାଯାଇଥିଲାଏବଂ ବିଧାନସଭା ଚାଲିପାରି ନଥିଲା।  ବିଧାନସଭା କିପରି ନ ଚାଲିବ ସେଥିପାଇଁ ଶାସକ ଦଳ ଚକ୍ରାନ୍ତ କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି

ସେହିପରି ବାଚସ୍ପତି ମଧ୍ୟ ଦଳୀୟ ଭାବନା ଉପରେ ରହୁ ନାହାନ୍ତି । ବାଚସ୍ପତି ଶାସକ ଦଳର ବୁକୁଚା ବୁହା ଭଳିଆ କାର୍ଯ୍ୟ କରୁଛନ୍ତି। ବାଚସ୍ପତି ଦଳୀୟ ଭାବନାରୁ ଊର୍ଦ୍ଧ୍ୱରେ ରହି  ସମସ୍ତଙ୍କୁ ସାଙ୍ଗରେ ନେଇ ବିଧାନସଭାକୁ  ଚଳାଇବା କଥା। ହେଲେ ବିଧାନସଭାରେ ବାଚସ୍ପତି ଶାସକ ଦଳର କଣ୍ଢେଇ ଭାବେ ବ୍ୟବହାର କରୁଛନ୍ତି ବୋଲି ସେ ଅଭଯୋଗ ଆଣିଛନ୍ତି ।

ଅନ୍ୟପକ୍ଷେ ଜୟନାରାୟଣଙ୍କ ଅଭିଯୋଗର ପାଲଟା ଜବାବ ଦେଇଛି ବିଜେଡି ।  ଜୟନାରାୟଣ ମିଶ୍ରଙ୍କ ବକ୍ତବ୍ୟକୁ ନେଇ ପ୍ରତାପ ଦେବ ପ୍ରତିକ୍ରିୟା ରଖିଛନ୍ତି  । ସେ କହିଛନ୍ତି, ବିରୋଧୀ ଦଳ ନେତା ପଲିଟିକାଲ ଡ୍ରାମା କରୁଛନ୍ତି । କାହା ଜୀବନ ଏଠି ଅସୁରକ୍ଷିତ ନୁହେଁ । ଏହା ବିହାର କି କାଶ୍ମୀର ନୁହେଁ। ସେମାନେ ବିଧାନସଭାରେ ଯେଉଁ ବ୍ୟବହାର କରୁଛନ୍ତି, ତାକୁ ଶାଳୀନତା କୁହାଯିବନି। ସେମାନେ ଯାହା ଯାହା କରୁଛନ୍ତି, ତାକୁ divert କରିବା ପାଇଁ ଏପରି କହୁଛନ୍ତି ।

ବାଚାସ୍ପତିଙ୍କ ପ୍ରସଙ୍ଗ ଉଠାଇ ପ୍ରତାପ ଦେବ କହିଛନ୍ତି,  ସେ 6 ଥରର ବିଧାୟିକା । ଜଣେ ଦଳିତ ମହିଳା । ଲଗାତାର ସେ ଗୋଟେ ନିର୍ବାଚନ ମଣ୍ଡଳୀରୁ ଜିତି ଆସୁଛନ୍ତି । ତାଙ୍କ ପ୍ରତି ବିଜେପି ଯେଉଁ ଆଚରଣ କରୁଛି ତାହା ଅତ୍ୟନ୍ତ ଅଶାଳୀନ ଏବଂ  ନିନ୍ଦନୀୟ ବୋଲି କହିଛ୍ତନ୍ତି ପ୍ରତାପ ଦେବ ।

Comments are closed.