Latest Odisha News

ପାଣି ଛିଟାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଫେରାର୍ , ପୋଲିସର ତଦନ୍ତ ଜାରି

ପାରାଦୀପ : ପାଣି ଛିଟା ରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ରାସ୍ତାରେ ପାଣି ଛିଟିକି ପଡିବାରୁ ତୁମୁଳକାଣ୍ଡ ସୃଷ୍ଟି ହୋଇଛି  । ଯାହାକୁ ନେଇ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲା ଅଭିଯୁକ୍ତ । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାରାଦୀପ ଲକ୍ ପଡା ଅଞ୍ଚଳରେ । ସୂଚନା ମୂତାବକ ଗତକାଲି ବିଳମ୍ବିତ ରାତିରେ ଲକ୍ ପଡା ର ଚିରନ୍ତନ ଘଡେଇ ରାସ୍ତା ଉପରେ ଛିଡ଼ା ହୋଇଥିବା ବେଳେ ବିଜୟଚାନ୍ଦପୁରର ମଦନ କଡି ସେହି ରାସ୍ତା ଦେଇ ବାଇକ୍ ରେ ଯାଉଥିଲେ  ।

ରାସ୍ତାରେ ପାଣି ଜମିଥିବାରୁ ଚିରନ୍ତନ ଙ୍କ ଉପରେ ପାଣି ଛିଟିକି ପଡିଥିଲା ।  ଚିରନ୍ତନ ଏହାର ପ୍ରତିବାଦ କରିବାରୁ ମଦନ ଘରୁ ଯାଇ ଏକ ଖଣ୍ଡା ଆଣି ଚିରନ୍ତନ ଙ୍କୁ ଗୋଡେଇ ଗୋଡେଇ ହାଣିବା ସହ ତାଙ୍କ ବାଇକ କୁ ମଧ୍ୟ ଭାଙ୍ଗି ଦେଇଥିଲେ ।  ପରେ ସ୍ଥାନୀୟ ଲୋକ  ଚିରନ୍ତନ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅଠରବାଙ୍କୀ ମେଡିକାଲରେ ଭର୍ତ୍ତି କରିଥିଲେ । ସେପଟେ ଘଟଣାରେ ଅଭିଯୁକ୍ତ   ମଦନ କଡି ଫେରାର ରହିଥିବାବେଳେ ପୋଲିସ ଘଟଣାରେ ଛାନଭିନ୍ ଜାରି ରଖିଛି ।

Leave A Reply

Your email address will not be published.