Latest Odisha News

BREAKING NEWS

ସୌମ୍ୟ ପଟ୍ଟନାୟକଙ୍କୁ ନେଇ ଅପରାଜିତାଙ୍କୁ ଟାର୍ଗେଟ କଲେ ଶ୍ରୀମୟୀ: କହିଲେ, ଦଳରେ ମିଶିବା ପାଇଁ ଆମନ୍ତ୍ରଣ କରିବେ କି ?

ଭୁବନେଶ୍ୱର: ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ନେଇ ଥମୁନି ରାଜନୀତି । ବିଜେଡି ଭିତରେ ଚାଲିଛି ଜବାବ ସୁଆଲ । ଏପଟେ ସୌମ୍ୟଙ୍କ ପ୍ରତି ଛୁଟିବାରେ ଚାଲିଛି ବିରୋଧୀଙ୍କ ସମର୍ଥନର ସୁଅ । କଂଗ୍ରେସ, ବିଜେପି ମଧ୍ୟ ସୌମ୍ୟ ପଟ୍ଟନାୟକଙ୍କୁ ସମର୍ଥନ କରିଛନ୍ତି ।  କଂଗ୍ରେସ ନେତା ସୁର ରାଉତରାୟ ସୌମ୍ୟଙ୍କୁ ହିମାଳୟ ସହ ତୁଳନା କରିଥିବାବେଳେ ସାଂସଦ ଅପରାଜିତା ସୌମ୍ୟ ଜଣେ ଭଲ ମଣିଷ ଓ ସାହସୀ ବୋଲି କହି ପ୍ରଶଂସା କରିଛନ୍ତି ।

ତେବେ ସାଂସଦଙ୍କର ଏପରି କଥାର ଜବବ ରଖିଛି ବିଜେଡି । ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ସାଂସଦଙ୍କୁ ଏକ୍ସରେ (ଟୁଇଟ) ଏକ ପୋଷ୍ଟ କରି ଅପରାଜିତାଙ୍କୁ ଜବାବ ଦେଇଛନ୍ତି । ଶ୍ରୀମୟୀ  ଲେଖିଛନ୍ତି,  ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ କହିଛନ୍ତି, ସୌମ୍ୟ ପଟ୍ଟନାୟକ ଜଣେ ଭଲ ଲୋକ । କଂଗ୍ରେସ ତାଙ୍କ ଦଳରେ ମିଶିବା ପାଇଁ ସୌମ୍ୟ ପଟ୍ଟନାୟକଙ୍କୁ ଆମନ୍ତ୍ରଣ କରି ସାରିଲାଣି । ମୁଁ ଅନୁରୋଧ କରୁଛି, ଶ୍ରୀମତୀ ଅପରାଜିତା ଷଡଙ୍ଗୀ ତାଙ୍କ ଦଳକୁ ପଚାରନ୍ତୁ  ସୌମ୍ୟ ପଟ୍ଟନାୟକଙ୍କୁ ତାଙ୍କ ଦଳରେ ମିଶିବା ଲାଗି ଆମନ୍ତ୍ରଣ କରିବେ କି ?

ସୂଚନାଥାଉ କି, ସୌମ୍ୟ ପଟ୍ଟନାୟକଙ୍କ ସମ୍ପାଦକୀୟ ଲେଖାକୁ ନେଇ ରାଜ୍ୟ ରାଜନୀତି ଏବେ ପଡୁଛି ଉଠୁଛି । ଜଣକ ପରେ ଜଣେ ନେତା ସୌମ୍ୟ ପଟ୍ଟନାୟକଙ୍କ ସମାଲେଚନା କରିବାରେ ଲାଗିଛନ୍ତି । ଅନ୍ୟପକ୍ଷେ ସୌମ୍ୟ ପଟ୍ଟନାୟକ ବିଜେଡି ନେତାଙ୍କୁ କଡା ଜବାବ ଦେଇଛନ୍ତି । ଏପରକି ସୌମ୍ୟଙ୍କ ଜବାବରୁ ମୁଖ୍ୟମନ୍ତ୍ରୀ ବି ବାଦ ପଡିନାହାନ୍ତି ।

ଆଜି ବି ସୌମ୍ୟ ପଟ୍ଟନାୟକ ବିଜେଡି ନେତା, ମନ୍ତ୍ରୀଙ୍କୁ ଜବାବ ଦେବା ବାହନାରେ ୫ଟି ସଚିବଙ୍କୁ ବି କଡାଭାଷାରେ ଶୁଣାଇଛନ୍ତି । ଦଳ ତୃତୀୟ ମହଲାର ନିର୍ଦ୍ଦେଶରେ ଚାଲି ପାରିବ ନାହିଁ ବୋଲି କହି ସିଧାସଳଖ ଭିକେ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ।

Comments are closed.