Latest Odisha News

BREAKING NEWS

ସାଂସଦଙ୍କୁ ଘେରିଲେ ବିଜେଡି ମୁଖପାତ୍ର: ମାଗିଲେ ୫ଟି ପ୍ରଶ୍ନ ଉତ୍ତର

ଭୁବନେଶ୍ୱର: ପୁଣି ସାଂସଦ ଅପରାଜିତାଙ୍କୁ ଘେରିଲା ବିଜେଡି । ସାଂସଦ ଅପରାଜିତା ପ୍ରେସମିଟରେ ୫ଟି ସଚିବଙ୍କୁ ଟାର୍ଗେଟ କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ବିରୋଧୀ ବି ଏହାକୁ ଅନ୍ତ୍ର କଲେଣି । ଏପରିକି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଏ  ଅଭିଯୋଗ ଦିଲ୍ଲୀରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ହେଲେଣି ।  ଅପରାଜିତାଙ୍କ ପ୍ରେସ ମିଟ ପରେ ଅବଶ୍ୟ ଏହାର ଉତ୍ତର ରଖିଥିଲେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଏହାର କିଛି ଦିନ ପରେ ଆଜି ପୁଣି ପ୍ରେସ ମିଟ କରି ସେ ସାଂସଦଙ୍କୁ ଟାର୍ଗେଟ କରିଛନ୍ତି ।

ଆଜି ସାମ୍ବାଦିକ ସମ୍ମିଳନୀରେ ଅପରାଜିତାଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି ବିଜେଡି ମୁଖପାତ୍ର  ତଥା ବିଜେଡିର ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର । ସେ ଏହାର ଉତ୍ତର ସାଂସଦଙ୍କଠାରୁ ଦାବି ମଧ୍ୟ କରିଛନ୍ତି ।

ଶ୍ରୀମତୀ ମିଶ୍ର ପଚାରିଛନ୍ତି, ପ୍ରତିବେଳେ ବର୍ଷା ହେଲେ ଇସ୍କନ ସମ୍ମୁଖରେ ଜାତୀୟ ରାଜପଥ ଏବଂ ସର୍ଭିସ ରୋଡ଼ରେ ପାଣି ଜମୁଛି ।  ଲୋକେ ନାହିଁ ନ ଥିବା  ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ ୪ ବର୍ଷ ମଧ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କ’ଣ କରିଛନ୍ତି ?  ଜାତୀୟ ରାଜପଥ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ କେଉଁ ପଦକ୍ଷେପ ନେଇଛନ୍ତି ?

୨ୟ ପ୍ରଶ୍ନ ଭାବେ ଶ୍ରୀମୟୀ ପଚାରିଛନ୍ତି,  ଭୁବନେଶ୍ୱରରୁ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ କାମ କେବେ ସରିବ ? ଏହି କାମ ଅତି ମନ୍ଥର ଗତିରେ ଚାଲିଛି । ଫଳରେ  ଭୁବନେଶ୍ୱରରୁ ଖୋର୍ଦ୍ଧା ଯିବାକୁ ୨ ଘଣ୍ଟା ଲାଗୁଛି ।

ତୃତୀୟ ପ୍ରଶ୍ନ ଥିଲା,  କ୍ୟାପିଟାଲ ରିଜଅନର ଆଉଟର ରିଂଗ ରୋଡ଼ର ମାଷ୍ଟର ପ୍ଲାନ କାଗଜ କଲମରେ ସୀମିତ ରହିଛି । ୩ ବର୍ଷ ତଳେ ମାଷ୍ଟର ପ୍ଲାନ ହୋଇଥିଲେ ହେଁ କାମ ବାସ୍ତବ ରୂପ କେବେ ନେବ ?

ଶ୍ରୀମୟୀଙ୍କ ୪ର୍ଥ ପ୍ରଶ୍ନ ଥିଲା ଟେଲିକମ ସମ୍ପର୍କିତ ।  ଖୋର୍ଦ୍ଧାର ବେଗୁନିଆ, ବୋଲଗଡ଼, ବାଲିଅନ୍ତା   ଆଦି ଅଞ୍ଚଳରେ ନେଟୱାର୍କ ଠିକରେ ଆସୁନି । ଭୁବନେଶ୍ୱର ସାଂସଦ ଭାବେ ରାଜଧାନୀରେ ଟେଲି ଯୋଗାଯୋଗ ସେବା ବାବଦରେ କଣ ପଦକ୍ଷେପ ନେଇଛନ୍ତି ଅପରାଜିତା ?

ଶ୍ରୀମୟୀଙ୍କ ଶେଷ ପ୍ରଶ୍ନ ଥିଲା ବ୍ୟାଙ୍କିଙ୍ଗ ସେକ୍ଟରକୁ ନେଇ । ବ୍ୟାଙ୍କିଙ୍ଗ ସେକ୍ଟର ବଢାଇବା ପାଇଁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ସାଂସଦ କଣ ପଦକ୍ଷେପ ନେଇଛନ୍ତି ବୋଲି ସେ ପଚାରିଥିଲେ  । ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକା, ଦାରୁଠେଙ୍ଗ, ଅନ୍ଧାରୁଆ, ମେଣ୍ଢାଶାଳରେ  ବ୍ୟାଙ୍କିଙ୍ଗ ସୁବିଧା ମିଳୁନି।  ଏ ନେଇ ସାଂସଦ କେବେ ଦିଲ୍ଲୀରେ  ସ୍ୱର ଉତ୍ତୋଳନ କରିଛନ୍ତି କି ?  ବ୍ୟାଙ୍କିଙ୍ଗ ସମସ୍ୟା ସୁଧାରିବା ପାଇଁ କୌଣସି  ପଦକ୍ଷେପ ନେଇଛନ୍ତି କି ?

ସାଂସଦ ଏ ସମସ୍ତ ପ୍ରଶ୍ନର ଉତ୍ତର ରଖିବା ପାଇଁ ଦାବି କରିଥିଲେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।

Leave A Reply

Your email address will not be published.