Latest Odisha News

BREAKING NEWS

ରାଇସିନା ହିଲର ଫ୍ୟାମିଲି କିଚେନରେ ରାଷ୍ଟ୍ରପତିଙ୍କ ପାଇଁ କ’ଣ ରନ୍ଧା ହୁଏ ?

ନୂଆଦିଲ୍ଲୀ : ସାଧାରଣ ଆଦିବାସୀ ଘରର ଝିଅ ଆଜି ଦେଶର ପ୍ରଥମ ନାଗରିକ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଏକ ଆଦିବାସୀ ଇଲାକାରୁ ରାଇସିନା ହିଲ୍ ପର୍ଯ୍ୟନ୍ତ ପହଞ୍ଚିବା ମଧ୍ୟରେ ରହିଛି ଅନେକ ସଂଘର୍ଷର କାହାଣୀ। ଆଜ୍ଞା ହଁ, ଆମେ କହୁଛୁ ଆମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନଶୈଳୀ ବିଷୟରେ ।

ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଆମ ଦେଶର ୧୫ତମ ତଥା ବର୍ତ୍ତମାନର ରାଷ୍ଟ୍ରପତି । ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ପରେ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ତଥା ଆଦିବାସୀ ସମ୍ପ୍ରଦାୟର ସେ ହେଉଛନ୍ତି ପ୍ରଥମ ମହିଳା ଯିଏକି ଏହି ସର୍ବୋଚ୍ଚ ସ୍ଥାନର ଅଧିକାରୀ ହୋଇପାରିଛନ୍ତି । ସ୍ୱାମୀ ଓ ୨ ପୁତ୍ରଙ୍କୁ ହରାଇବା ପରେ ଏକ ମାତ୍ର ଝିଅକୁ ନେଇ ସେ ଚାଲିଛନ୍ତି ଏହି ସଂଘର୍ଷର ବାଟ। ତେବେ ଅସାଧାରଣ ବ୍ୟକ୍ତିତ୍ୱ ଓ ସାଧାରଣ ଜୀବନ ଶୈଳୀ ତାଙ୍କୁ ଆଜି ଏହି ସ୍ତରରେ ପହଞ୍ଚାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ରାଷ୍ଟ୍ରପତିଙ୍କ ଜୀବନଶୈଳୀ ଯେମିତି ସରଳ ତାଙ୍କର ଖାଦ୍ୟ ମଧ୍ୟ ସେମିତି ସାଧାସିଧା । ରାଷ୍ଟ୍ରପତି ଭବନର ଫ୍ୟମିଲି କିଚେନରେ ତାଙ୍କ ପାଇଁ ରନ୍ଧା ଯାଇଥାଏ ପୂରା ସାଧା ଓଡ଼ିଆ ଖାଦ୍ୟ । ତେବେ କ’ଣ ଖାଆନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତୁ ଜାଣିବା ।

ରାଷ୍ଟ୍ରପତି ଭବନରେ ଥିବା ଫ୍ୟାମିଲି କିଚେନ ସେଫଙ୍କ କହିବା ଅନୁସାରେ, ସମ୍ପୂର୍ଣ୍ଣ  ଶୁଦ୍ଧ ଓ ସାତ୍ତ୍ୱିକ ଭୋଜନ ଗ୍ରହଣ କରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମ ରାଷ୍ଟ୍ରପତି ସମ୍ପୂର୍ଣ୍ଣ ନିରାମିଷାଷି ହୋଇଥିବାରୁ ରୋଷେଇ କରିବାକୁ ବହୁତ ଭଲ ଲାଗେ ବୋଲି କହିଛନ୍ତି ରାଷ୍ଟ୍ରପତି ଭବନରେ ରୋଷେଇ କରୁଥିବା ବରିଷ୍ଠ ରୋଷେୟା ସଞ୍ଜୟ କୁମାର।

ରାଷ୍ଟ୍ରପତି ଦ୍ରୈପଦି ମୁର୍ମୁ ସକାଳ ଜଳଖିଆରେ ଓଟସ୍, ପୁରି ଆଳୁଦମ୍, ଚକୁଳି ଆଦି ଖାଇଥାନ୍ତି। ସଞ୍ଜୟ କୁମାରଙ୍କ କହିବା ଅନୁସାରେ, ମୁ଼ର୍ମୁଙ୍କ ପ୍ରିୟ ଖାଦ୍ୟ ହେଉଛି ଡ଼ାଲମା ଓ ସନ୍ତୁଳା। କେବେ କେବେ ତାଙ୍କ ରୁଚି ଅନୁସାରେ ଆମେ ଖାଦ୍ୟ ବନେଇଥାଉ ଏବଂ ଶୁଦ୍ଧ ସାତ୍ୱିକ ଭୋଜନ ବନେଇ ଆମେ ବହୁତ ଖୁସି ବୋଲି କହିଛନ୍ତି ସଞ୍ଜୟ।

Leave A Reply

Your email address will not be published.