Latest Odisha News

BREAKING NEWS

ବିଧାନସଭା ଗାନ୍ଧି ମୂର୍ତ୍ତି ତଳେ ବିଜେଡିର ପ୍ରତିବାଦ

ଭୁବନେଶ୍ବର: ବିରୋଧୀଙ୍କ ହୋହାଲ୍ଲା ଭିତରେ ଅପରାହ୍ଣ ୪ଟା ଯାଏଁ ବିଧାନସଭା ମୁଲତବୀ । ବିରୋଧୀଙ୍କ ଏପରି ଆଚରଣକୁ ନେଇ ଶାସକ ଦଳର କ୍ଷୋଭ । ବିରୋଧୀ ମୁଖ୍ୟ ପ୍ରସଙ୍ଗକୁ ଏଡାଇ ଦେଇ ବିଧାନସଭା ଚାଲିବାକୁ ଦେଉନଥିବା ଓ ଦରଦାମ ବୃଦ୍ଧି ପ୍ରତିବାଦରେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଶାସକ ଦଳ ବିଧାୟକ ଓ ମନ୍ତ୍ରୀଙ୍କ ବିକ୍ଷୋଭ ।

ସେପଟେ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି କରୁଛି ଆନ୍ଦୋଳନ । ରାଜରାସ୍ତାରୁ ରାଜଭବନ ପହଞ୍ଚିଛି ଦରଦାମ ବୃଦ୍ଧି ତାତି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ବିଜେଡି ଦେଇଛି ଧାରଣା । ଏଥିରେ ମହିଳା, ଯୁବ ଓ ଛାତ୍ର ବିଜେଡି କର୍ମୀ ସାମିଲ ହୋଇଛନ୍ତି ।

କେବଳ ପେଟ୍ରୋଲ, ଡିଜେଲ କି ଗ୍ୟାସ୍ ଦର ବୃଦ୍ଧି ଘଟୁନାହିଁ । ଏହାର ପ୍ରଭାରରେ ସମସ୍ତ ପ୍ରକାର ପଦାର୍ଥ ଓ ଖାଦ୍ୟପେୟର ଦାମ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଖାଇବା ତେଲଠାରୁ ଆରମ୍ଭ କରି ଅଟା, ଡାଲି ଓ ଅନ୍ୟାନ୍ୟ ସାମଗ୍ରୀ ଦର ଅହେତୁକ ବୃଦ୍ଧି ପାଇଛି ।

Leave A Reply

Your email address will not be published.