Latest Odisha News

ମୋହନ ମାଝୀଙ୍କ ଶପଥ ପାଠରେ ଯୋଗ ଦେବେ ନବୀନ, ସାଦରେ ଗ୍ରହଣ କଲେ ନିମନ୍ତ୍ରଣ

ଭୁବନେଶ୍ବର: ଓଡିଶା ମଙ୍ଗ ଧରିବା ଆଗରୁ ଓଡିଶାର ୨୪ ବର୍ଷର ମଙ୍ଗୁଆଳଙ୍କୁ ସାକ୍ଷାତ କରିଛନ୍ତି ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶପଥ ପାଠ ପାଇଁ ନିମନ୍ତ୍ରଣ ଦେିଛନ୍ତି ମୋହନ । ଯାହାକୁ ସାଦରେ ଗ୍ରହଣ କରିଛନ୍ତି ନବୀନ  । ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ ଜରି କରରି ସେ ଲେଖିଛନ୍ତି, “ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ମୋହନ ଚରଣ ମାଝୀଙ୍କ ନିମନ୍ତ୍ରଣ ମୁଁ ସାଦରେ ଗ୍ରହଣ କଲି ।’ ଏଥିସହିତ ସେ ମାଝୀଙ୍କୁ ଶୁଭେଚ୍ଛା  ମଧ୍ୟ ଜଣାଇଛନ୍ତି । ବଉ ଏହା ସହିତ ଲେଖିଛନ୍ତି, ‘ଓଡ଼ିଶାବାସୀଙ୍କ ସେବାରେ ମୋହନଙ୍କ ନେତୃତ୍ବ, ଦୃଢ଼ତା ଓ ଦକ୍ଷତାର ସହ କାର୍ଯ୍ୟ ସେ ଆଶା କରୁଛନ୍ତି ।’ ଯାହା ସ୍ପଷ୍ଟ କରୁଛି ଯେ; ଆଜି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠରେ ଯୋଗ ଦେଇପାରନ୍ତି ନବୀନ ।

ତେବେ ଆଜି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ବରପୁତ୍ର ମାନଙ୍କୁ ମାଲ୍ୟାର୍ପଣ କରିଛନ୍ତି ଭାବୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ପରେ ସେ ସିଧା ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟି ଶପଥ ପାଠ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଦେଇଥିଲେ ଯାହାକୁ ଗ୍ରହଣ କରିଛନ୍ତି ନବୀନ ।

ନବୀନ ନିବାସରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଲେ ମୋହନ ମାଝୀ କହିଥିଲେ, ନବୀନଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲି। ଶପଥ ଗ୍ରହଣ ସମାରୋହକୁ ଆସିବାକୁ ନିମନ୍ତ୍ରଣ ଦେଲି। ନବୀନ ବାବୁ ସମାରୋହରେ ଯୋଜ ଦେବେ ବୋଲି ସମ୍ମତି ଜଣାଇଥିବା କହିଥିଲେ ମୋହନ । ସେହିପରି ଗତକାଲି ନବୀନ ନିବାସ ଯାଇ ନିମନ୍ତ୍ରଣ ଦେଇଥିଲେ ବିଜେପିର ୫ ବରିଷ୍ଠ ନେତା ଯଥା ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ।

Comments are closed.