Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପତ୍ର ପ୍ରଦାନ କଲେ ନବୀନ ପଟ୍ଟନାୟକ । ଦଳର ପରାଜୟ ପରେ ଇସ୍ତଫା ଦେଲେ ନବୀନ । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ ।  ଅପ୍ରତିଦ୍ୱନ୍ଦୀ ନେତା ନବୀନ ପଟ୍ଟନାୟକଙ୍କ ହାତରୁ ଦୀର୍ଘ  ୨୪ ବର୍ଷ ଶାସନ କ୍ଷମତା ଖସିଯାଇଛି । ବିଶ୍ବାସ ହେଉ ନଥିଲେ ବି  ଆଜି ଅନ୍ତ ଘଟଛି ବିଜେଡି ଶାସନର ।

ନବୀନଙ୍କ ଗଡ଼ ଭାଙ୍ଗି ଯାଇଛି ୨୦୨୪ ନିର୍ବାଚନରେ । ବିଜେଡିକୁ ମାତ୍ର ୫୧ ଆସନ ମିଳିଛି। ଏପରିକି ମୁଖ୍ୟମନ୍ତ୍ରୀ ନିଜେ କଣ୍ଟାବାଞ୍ଝି ଆସନରୁ ୧୬ ହଜାରରୁ ଅଧିକ ଭୋଟ୍ ରେ ପରାସ୍ତ ହୋଇଛନ୍ତି। ହାରିଲେ ନବୀନ ବଦଳିବ ଓଡିଶାର ରୂପରେଖ । ଲୋକସଭାରେ ବିଜେପି ବାଜି ମାରିଛି ।

ମୋଟ୍ ୨୧ ଆସନରୁ ବିଜେପି ଖାତାକୁ ଯାଇଛି ୨୦ ଆସନ । ଓଡିଆ ଅସ୍ମିତାକୁ ନେଇ ଭୋଟ ବ୍ୟାଙ୍କ୍ ହାତେଇବାରେ ସଂପୂର୍ଣ୍ଣ ରୂପେ ସଫଳ ହୋଇଛି ଭାରତୀୟ ଜନତା ପାର୍ଟି । ଦୃଢ ସଂଖ୍ୟା ଗରିଷ୍ଠତା ସହିତ ନିର୍ବାଚନର ଅଙ୍କ ଖେଳରେ ବାଜି ମାରି ସରକାର ଗଠନ କରିବ ମୋଦିଙ୍କ ବିଶ୍ବାସନୀୟତାକୁ ପାଥେୟ କରି ଆଗକୁ ବଢୁଥିବା ଭାରତୀୟ ଜନତା ପାର୍ଟି ।

Leave A Reply

Your email address will not be published.