Latest Odisha News

ହିଞ୍ଜିଳିରୁ ଜିତିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ହିଞ୍ଜିଳି: ହିଞ୍ଜିଳରେ ବିଧାନସଭା ଆସନରେ ପ୍ରଚଣ୍ଡ ବହୁମତରେ ବିଜୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୩୯୩ରେ ଭୋଟରେ ବିଜୟ ହାସଲ କରିଛନ୍ତି ବିଜେଡ଼ି ସୁପ୍ରିମୋ । ଏହି ଆସନରେ ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରୁଥିଲେ ବିଜେପି ପ୍ରାର୍ଥୀ ଶିଶିର କୁମାର ମିଶ୍ର । ୨୦୧୯ରେ ହିଞ୍ଜିଳିରୁ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ସଂଯୋଜକ ଥିଲେ ଶିଶିର ମିଶ୍ର । ହେଲେ ତାଙ୍କୁ ଏହି ଆସନରେ ନିରାଶ ହେବାକୁ ପଡ଼ିଛି ।

ଗଞ୍ଜାମ ବିଜେଡିର କିଲ୍ଲା ରହିଛି । ଗତ ନିର୍ବାଚନରେ ସାନଖେମୁଣ୍ଡି ଆସନ ଛାଡି ସବୁ ବିଧାନସଭା ଆସନ ଜିତିଥିଲା ବିଜେଡି । ୨୦୧୯ରେ ହିଞ୍ଜିଳି ଜିତିଥିଲେ ନବୀନ । ହେଲେ ଖସିଥିଲା ଭୋଟ୍ ପର୍ସେଣ୍ଟେଜ । ୨୦୦୦ମସିହାରେ ୨୯ହଜାର ୮୨୬ ଭୋଟରେ ଜିତିଥିଲେ ନବୀନ । ୨୦୧୪ ନିର୍ବାଚନରେ ବିଜୟ ବ୍ୟବଧାନ ବଢି ୭୬ହଜାର ୫୮୬ରେ ପହଞ୍ଚିଥିଲା । ହେଲେ ୨୦୧୯ରେ ଏହା ୬୦ହଜାର ୧୬୦କୁ ଖସି ଆସିଥିଲା ।

Comments are closed.