Latest Odisha News

BREAKING NEWS

ଦଳବିରୋଧୀ କାର୍ଯ୍ୟରେ ସାମିଲ: ୧୦ ଜଣ ବିଜେଡିରୁ ସସପେଣ୍ଡ

ଭୁବନେଶ୍ବର:ଦଳବିରୋଧୀ କାର୍ଯ୍ୟରେ ସାମିଲ ହେବା ନେଇ ୧୦ ଜଣ ବିଜୁ ଯୁବ ଏବଂ ଛାତ୍ର ନେତାଙ୍କୁ ବିଜେଡିରୁ ସସପେଣ୍ଡ କରାଯାଇଛି । ଶୁକ୍ରବାର ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଥାଉକି ୩ ଜଣ ଯୁବ ଓ ୭ ଜଣ ଛାତ୍ର ବିଜେଡି ନେତା ନିଲମ୍ବିତ ହୋଇଛନ୍ତି ।

ବିଜେଡିରୁ ନିଲମ୍ବିତ ହୋଇଥିବା ୩ ଯୁବ ନେତା ହେଲେ- ସାଧାରଣ ସମ୍ପାଦକ ଅଶୋକ ମିଶ୍ର,ଶୋଭନ ମହାନ୍ତି ଏବଂ ଅନୁପମ ଶତପଥି। ସେହିଭଳି ନିଲମ୍ବିତ ହୋଇଥିବା ବିଜୁ ଛାତ୍ର ଜନତା ଦଳର ୭ ଜଣଙ୍କ ମଧ୍ୟରେ ଅଛନ୍ତି -ବିସିଜେଡିର ମହାସଚିବ ସୁଜିତ ପାଲଟା ସିଂହ, ଓ ସାଧାରଣ ସମ୍ପାଦକ ଦେବୋପ୍ରସାଦ ରାଉତରାୟ ଓ ୫ ବିସିଜେଡି ଉପସଭାପତି- ରଞ୍ଜିତ ଦାସ, ଅବିନାଶ ମହାନ୍ତି, ଦେବୀପ୍ରସାଦ ଲେଙ୍କା, ଅଶିତ ରଞ୍ଜନ ଦାସ ଓ ସିଦ୍ଧାର୍ଥ ସ୍ୱାଇଁ।

ଏପଟେ ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ନେଇ ବିଜେଡି ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲା। ତେବେ ଏହି କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଛନ୍ତି ବିଜେଡିର ୬ ବିଧାୟକ।

ରାଜ୍ୟସଭା ଭୋଟ ପରେ, ଯେଉଁ ପ୍ରତିକ୍ରିୟା ସେମାନେ ଗଣମାଧ୍ୟମକୁ ଦେଇଥିଲେ ସେ ସମସ୍ତ କ୍ଲିପ୍‌କୁ ମଧ୍ୟ ତଦାରଖ କରାଗଲା। ସେମାନଙ୍କର ଆଚରଣ ଦଳ ବିରୋଧୀ। ଏନେଇ ଦଳୀୟ ରିପୋର୍ଟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦିଆଯିବ। ସେ ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଛନ୍ତି ।

Leave A Reply

Your email address will not be published.