Latest Odisha News

BREAKING NEWS

ରେଳ ବଜେଟକୁ ନୈରାଶ୍ୟଜନକ କହିଲା ବିଜେଡି

ଭୁବନେଶ୍ୱର: ରେଳ ବଜେଟକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ରେଳ ବଜେଟ ନୈରାଶ୍ୟଜନକ କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସେ କହିଛନ୍ତି, ରେଳ ବଜେଟରେ ଓଡ଼ିଶା ପାଇଁ କୌଣସି ନୂଆ ପ୍ରକଳ୍ପ ଘୋଷଣା ହୋଇନି । ବିଭିନ୍ନ ପ୍ରକଳ୍ପ ପାଇଁ ରାଜ୍ୟ ଦେଇଥିବା ଅର୍ଥ ଘୋଷଣା କରିଛି କେନ୍ଦ୍ର ।

ନିର୍ମାଣାଧୀନ ପ୍ରକଳ୍ପ ବାବଦରେ ଏଥର ବଜେଟରେ କିଛି ଉଲ୍ଲେଖ ନାହିଁ । ରାଜ୍ୟ ସରକାର ମାଗଣା ଜମି ଓ ୫୦% ଅର୍ଥ ଦେବା କଥା ଉଲ୍ଲେଖ ନଥିବା ଅମର ପଟ୍ଟନାୟକ କହିଛନ୍ତି । ଚଳିତ ରେଳ ବଜେଟରେ ଓଡ଼ିଶାକୁ ୭ହଜାର ୨ଶହ କୋଟି ଟଙ୍କା ଦେବାକୁ କେନ୍ଦ୍ର ନିକଟରେ ଦାବି କରିଥିଲେ ରାଜ୍ୟ ସରକାର । ଏହା ଭିତରେ ଥିଲା ୩ହଜାର ୫୦୦ କୋଟି ଟଙ୍କା ଥିବା ପୁରୁଣା ପ୍ରକଳ୍ପ ଶେଷ କରିବା ଓ ୩ହଜାର ୭୦୦ କୋଟି ଟଙ୍କା ନୂଆ ପ୍ରକଳ୍ପ ପାଇଁ ଦାବି କରିଥିଲା ଓଡ଼ିଶା । ଶୀତଳପଲ୍ଲୀରେ ଓ୍ୱାଗନ ଫ୍ୟାକ୍ଟ୍ରି ବାବଦରେ ବି କିଛି କୁହାଯାଇ ନଥିବା କହିଛନ୍ତି ଅମର ପଟ୍ଟନାୟକ ।

Leave A Reply

Your email address will not be published.