Latest Odisha News

BREAKING NEWS

କଟକ ମଙ୍ଗୁଳି ଛକରୁ ଗଞ୍ଜେଇ ଜବତ, ୨ ଗିରଫ

କଟକ: ବୌଦ୍ଧରୁ ବାଲେଶ୍ୱର ଗଞ୍ଜେଇ ଚାଲାଣ ବେଳେ କଟକ ମଙ୍ଗୁଳି ଛକରୁ ଧରାପଡ଼ିଲା । ଜବତ ହୋଇଛି ବିପୁଳ ପରିମାଣରେ ଗଞ୍ଜେଇ । ୧୦୫ କେଜି ଗଞ୍ଜେଇ ଜବତ କରିଛି କଟକ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ । ଏହି ଘଟଣାରେ ଦୁଇ ଜଣଙ୍କ ଗିରଫ କରାଯାଇଛି । କାର୍ ବି ଜବତ ହୋଇଛି ।
ଆଜି କୌଣସି ସୂତ୍ରରୁ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ଗଞ୍ଜେଇ ଚାଲାଣ ସମ୍ପର୍କରେ ସୂଚନା ପାଇଥିଲା । ଏତିକିବେଳେ ବୌଦ୍ଧରୁ ଗଞ୍ଜେଇ ନେଇ ଆସୁଥିବା କାରକୁ ଯାଞ୍ଚ କରାଯାଇଥିଲା । ଜବତ ଗଞ୍ଜେଇପ ଆନୁମାନିକ ମୂଲ୍ୟ ୫ଲକ୍ଷରୁ ଅଧିକ ଟଙ୍କା ହେବ ।୍

Leave A Reply

Your email address will not be published.