Latest Odisha News

BREAKING NEWS

ବାରମ୍ବାର ପରାଜୟକୁ ପାସୋରି ଦେଉଛନ୍ତି ମନମୋହନ: ବିଜେଡି

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ଲକ୍ଷରେ ରଖି ରାଜ୍ୟ ରାଜନୀତି ବର୍ତ୍ତମାନ ସରଗରମ ରହିଛି। ଶାସକ ଓ ବିପୋରିତ ଦଳ ଉଭୟ ଉଭୟଙ୍କୁ କରୁଛନ୍ତି ଟାର୍ଗେଟ। ଏହାରି ଭିତରେ ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି ବିଜେପିକୁ ପରାଜୟ ସମ୍ପର୍କରେ ମନେ ପକାଇ ଦେଇଛନ୍ତି।

BjdElectrycity

ଲେନିନ୍‍ ମହାନ୍ତି କହିଛନ୍ତି, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବୋଧେ ଭୁଲି ଯାଇଛନ୍ତି ଯେ ସାଢେ ୪ କୋଟି ଲୋକ ଓଡିଶା ବିଜେପିକୁ ପରାସ୍ତ କରିଛନ୍ତି ଏବଂ ଗତବର୍ଷ ଜିଲ୍ଲା ପରିଷଦ ନିର୍ବାଚନରେ ଓଡିଶାର ୩୦ଟି ଜିଲ୍ଲାରେ ବିଜୁଜନତା ଦଳର ବିଜୟ ନିଶ୍ଚିତ କରିଛି। ଗୋଟିଏ ପରେ ଗୋଟିଏ ଜାତୀୟ ସର୍ଭେ କହୁଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଭାରତର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଅଟନ୍ତି। ବିଜୁଜନତା ଦଳ ଉପରେ ଓଡିଶାର ଲୋକଙ୍କର ଭରସା ରହିଛି ଏବଂ ଓଡିଶା ବିଜେପି ନେତାଙ୍କ ଏପରି ବିବୃତ୍ତି ପାଇଁ ସେମାନେ ତାଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି।

ଲେନିନ୍‍ ମହାନ୍ତି ପୁଣି କହିଛନ୍ତି ଯେ, ଆମେ ମଧ୍ୟ ଜାଣୁ ଯେ ଶ୍ରୀ ସାମଲ ତାଙ୍କ ଦଳରେ ଏଭଳି ଲୋକଙ୍କୁ ସାମିଲ ପାଇଁ ଉଦ୍ୟମ ଚଳାଇଛନ୍ତି ଯେଉଁମାନେ ଲୋକ ବିରୋଧୀ କାର୍ଯ୍ୟକଳାପ ତଥା ଲୋକଙ୍କୁ ଚାକିରି ପ୍ରତିଶ୍ରୁତି ଦେଇ ଏବଂ ଲୋକଙ୍କୁ ପ୍ରତାରଣା କରି ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ୨୦୧୯ ନିର୍ବାଚନ ସମୟରେ ଓଡିଶା ବିଜେପି ଏଭଳି ଜନ ବିରୋଧୀ ନେତା ଆମଦାନୀ କରି ବ୍ୟାପକ ପରାଜୟର ସମ୍ମୁଖୀନ ହୋଇଥିଲା। ଆଗାମୀ ନିର୍ବାଚନ ପାଇଁ ଏହିପରି ବଦନାମ ନେତା ମାନଙ୍କୁ ନିଜ ଦଳରେ ନେବାକୁ ଉତ୍ସାହିତ କରନ୍ତୁ ଏବଂ ନିଜ ଦଳ ପାଇଁ ପରାଜୟର ଧାରାକୁ ପୁନରାବୃତ୍ତି କରନ୍ତୁ। ଓଡିଶାର ସାଢେ ୪ କୋଟି ଲୋକ ବିଜେଡି ସହ ଅଛନ୍ତି ଏବଂ ରହିବେ। ଆଗାମୀ ଦିନରେ ମଧ୍ୟ ଓଡିଶା ବିଜେପିକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଲେନିନ୍‍ ମହାନ୍ତି କହିଛନ୍ତି।

Leave A Reply

Your email address will not be published.