Latest Odisha News

ପୁରୀ ବକ୍ସିଂ ଏକାଡେମୀ ତରଫରୁ ଅନ୍ତର୍ଜାତୀୟ  ମୁଷ୍ଟିଯୁଦ୍ଧ ଦିବସ ପାଳିତ

International Boxing Day, celibrated by Puri Boxing Academy

ପୁରୀ: ସ୍ଥାନୀୟ ତାଳବଣିଆ ଷ୍ଟାଡିୟମ ଠାରେ ପୁରୀ ବକ୍ସିଂ ଏକାଡେମୀ ତରଫରୁ ଅନ୍ତର୍ଜାତୀୟ  ମୁଷ୍ଟିଯୁଦ୍ଧ ଦିବସ ପାଳନ କରାଯାଇଛି। ପ୍ରଥମେ ଶ୍ରୀମନ୍ଦିର ଠାରେ  ଦ୍ୱୀପ  ପ୍ରଜ୍ଜ୍ୱଳନ କରି ଖେଳାଳୀ ମାନେ ସହର ପରିକ୍ରମା ଶେଷ କରି ପୁରୀ ଷ୍ଟାଡିୟମରେ ପହଁଚିଥିଲେ। ଏହା ପରେ ଆନୁଷ୍ଠାନିକ ଭାବେ ସଭା ଅନୁଷ୍ଠିତ ହୋଇଥିଲା । ପୁରୀ ସଦର ବିଧାୟକ ଜୟନ୍ତ କୁମାର ସରଙ୍ଗୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଓଡିଶା ଆଥେଲେଟିକ୍ସ ଆସୋସିଏସନ କୋଷାଧ୍ୟକ୍ଷ ରବି ଶଙ୍କର ପ୍ରତିହାରୀ, ‘‘ପ୍ରତାପ ପୁରୁଷୋତ୍ତମ ପୁର, ଗୋପିନାଥ ଦେବ ଡିଗ୍ରୀ କଲେଜ’’ର ପ୍ରିନ୍ସିପାଲ ସୁଦର୍ଶନ ମହାରଥୀ ପ୍ରମୁଖ ସଂମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ବିଭିନ୍ନ ଜିଲ୍ଲାର କୋଚ୍ ମାନଙ୍କୁ ସଂମ୍ମାନୀତ କରାଯାଇଥିଲା । ସଂମ୍ମାନୀତ ହୋଇଥିବା ବ୍ୟକ୍ତିବିଶେଷ ମାନଙ୍କ ମଧ୍ୟରେ, ପଦ୍ମନାଭ ପାତ୍ର(ଭୁବନେଶ୍ୱର), ଇଂମତିଯ଼ୁର୍  ରେହମାନ(କଟକ), ସୁଶାନ୍ତ କୁମାର ସଡ଼ଙ୍ଗୀ(ସୁନ୍ଦରଗଡ), ବ୍ରଜଗୋପାଳ ପଣ୍ଡା (ସୁବର୍ଣପୁର), ଶଙ୍କର ପ୍ରସାଦ ଅଧିକାରୀ(ମୟୁରଭଞ୍ଜ), ରାମ କୃଷ୍ଣ ବେନିୟା(ଗଜପତି), ପ୍ରଫୁଲ କୁମାର ମହାନ୍ତି(ଗଞ୍ଜାମ),ପ୍ରଶାନ୍ତ କୁମାର ବିଶ୍ବାଳ(ଖୋର୍ଦ୍ଧା), ଦୁଷ୍ମନ୍ତ କୁମାର ପାଢୀ(ଗଞ୍ଜାମ) ଓ ମସ୍ୱଓଡ଼ ଅଳମ(ରାଉଲକେଲା) ସ୍ଥାନ ପାଇଥିଲେ ।

ପୁରୀର ବକ୍ସିଂ ଖେଳାଳିଙ୍କ ପାଇଁ ରାଜ୍ୟ ସରକାର ବକ୍ସିଂ ଆରିନା ନିର୍ମାଣ କରୁଛନ୍ତି ଯାହା  ଆଉ କିଛି ମାସ ମଧ୍ୟରେ  ନିର୍ମାଣ ସରିବ ବୋଲି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିବା ଜିଲ୍ଲା କ୍ରୀଡ଼ାଅଧିକାରୀ ଚନ୍ଦନ କୁମାର ସାହୁ ସୂଚନା ଦେଇଥିଲେ । ଏହା ବକ୍ସିଂ ଖେଳାଳିମାନଙ୍କ ପାଇଁ ଅତି ଖୁସି ଖବର ହୋଇଥିବାରୁ ସମସ୍ତ ଖେଳାଳି ବେଶ୍ ଉତ୍ସାହିତ ଥିଲେ । ପୁରୀ ବକ୍ସିଂ ଏକାଡେମୀ ଦ୍ୱାରା ଆୟୋଯିତ ଅନ୍ତର୍ଜାତୀୟ  ମୁଷ୍ଟିଯୁଦ୍ଧ ଦିବସ ପାଳନ ଅବସରରେ ରବିଶଙ୍କର ପ୍ରତିହାରୀ ମଞ୍ଚ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ସଦସ୍ୟ ମାନସ ଜେନା,ଦିପକ ପରିଡା,ଜାବିର ଖାଁ, ସୁବ୍ରତ ପ୍ରଧାନ,ଅକ୍ଷୟ ନାୟକ,ରାକେଶ ଭୋଇ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଏକାଡେମୀର ପ୍ରତିଷ୍ଠାତା ସୁଦର୍ଶନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.