Latest Odisha News

ମାଲକାନଗିରି ଗସ୍ତରେ ବିଜେଡି ଟିମ୍, ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ଦଳ

ମାଲକାନଗିରି: ମାଲକାନଗିରି ଗସ୍ତରେ ବିଜେଡି ଟିମ୍। ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ବିଜେଡି ଦଳ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଠନ କରିଥିବା ଏହି ଦଳ ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବେ। ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମରେ ସ୍ଥିତି ଅନୁଧ୍ୟାନ ପାଇଁ ବିଜେଡି ଟିମ ଟ୍ରେନରେ ଯାତ୍ରା କରିଛି।

ତନୁ ସବ୍ୟସାଚୀ ନାୟକ, ଭୃଗୁ ବକ୍ସିପାତ୍ର ଏବଂ ଝିନ ହିକକା ପୋଲଭରମ ପ୍ରକଳ୍ପରେ ରାଜ୍ୟର କ୍ଷତି ସମ୍ପର୍କରେ ଅନୁଧ୍ୟାନ କରିବାକୁ ଭୁବନେଶ୍ୱରରୁ ବାହାରିଛନ୍ତି। ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି କମିଟି । ଟିମରେ ରହିଛନ୍ତି ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର ଓ ସ୍ଥାନୀୟ ଅଂଚଳର ବିଜେଡି ନେତା।

ମାଲକାନଗିରି ମୋଟୁ ଅଞ୍ଚଳ ପରିଦର୍ଶନ କରି ସୁପ୍ରିମୋଙ୍କୁ ରିପୋର୍ଟ ଦେବେ। ଯାତ୍ରା କରିବା ପୂର୍ବରୁ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର ଅନେକ ଗାଁ ବୁଡ଼ିଯିବ। ବିଶେଷ ଭାବେ ମାଲକାନଗିରି ଜିଲ୍ଲା କ୍ଷତିଗ୍ରସ୍ତ ହେବ। ତେଣୁ ବିଜେଡି ଟିମ ସ୍ଥିତିକୁ ଅନୁଧ୍ୟାନ କାରି ଏକ ରିପୋର୍ଟ ଦଳର ସଭାପତିଙ୍କୁ ପ୍ରଦାନ କରିବ ବୋଲି ସେ କହିଛନ୍ତି।

 

Comments are closed.