Latest Odisha News

BREAKING NEWS

ନୂଆ ସଂସଦ ଉଦଘାଟନରେ ଯୋଗ ଦେବ ବିଜେଡି, ନରସିଂହ କହିଲେ ‘ଭଉଣୀ ପ୍ରେମ’ ଗଲା କୁଆଡେ

ଭୁବନେଶ୍ୱର: ନୂଆ ସଂସଦ ଭବନ ଉଦଘାଟନରେ ବିଜେଡି ଯୋଗ ଦେବ ବୋଲି ସ୍ପଷ୍ଟ କରିବା ପରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କଟାକ୍ଷ କରିଛନ୍ତି। ଆଉ ଶାସକ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଚାରିଛନ୍ତି ଏ ଭଉଣୀ ପ୍ରେମ ଗଲା କୁଆଡେ।

ମେ ୨୮ରେ ନୂଆ ସଂସଦ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାପୂର୍ବରୁ ଦେଶରେ ବିରୋଧୀ ଏହାକୁ ଏକ ପ୍ରସଙ୍ଗ କରି ପ୍ରଧାନମନ୍ତ୍ରୀ ନୁହେଁ ବରଂ ରାଷ୍ଟ୍ରପତି ଉଦଘାଟନ କରିବା ଦରକାର ବୋଲି ଦାବି କରିଛନ୍ତି। ଏପରି ଉଦଘାଟନକୁ ୧୯ରୁ ଅଧିକ ବିରୋଧୀ ଦଳ ପ୍ରତ୍ୟାଖ୍ୟାନ କରିଥିବା ବେଳେ ବିଜେଡି ଯୋଗ ଦେବ ବୋଲି ସ୍ପଷ୍ଟ କରିଛି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ରାଷ୍ଟ୍ରପତି ହେଉଛନ୍ତି ସମ୍ବିଧାନର ମୁଖ୍ୟ। ଯେତେବେଳେ ସଂସଦ ଭବନ ଉଦଘାଟନ ହେଉଛି ସେତେବେଳେ ରାଷ୍ଟ୍ରପତିଙ୍କୁ ଡକାନଯିବା ଅତ୍ଯନ୍ତ ନିନ୍ଦନୀୟ। ତାଠୁ ନିନ୍ଦନୀୟ ବିଜେଡି ସୁପ୍ରିମୋ ଏହି ଉତ୍ସବରେ ଯୋଗ ଦେବେ। ଯେତେବେଳେ ରାଷ୍ଟ୍ରପତି ନିର୍ବାଚନ ହେଲା ସେତେବେଳେ ବିଜେଡି ଏଭଳି କିଛି ପ୍ରଚାର କଲା ଲାଗିଲା ବିଜେଡି ବିନା ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇପାରିନଥାନ୍ତେ। ନବୀନ ସେତେହେଳେ ଦ୍ରୌପଦୀ ମୁର୍ମୁଙ୍କୁ ଭଉଣୀ ବୋଲି ସମ୍ବୋଧନ କରିବା ସହିତ ମହିଳା ସଶକ୍ତିକରଣର ନାରା ଦେଇଥିଲେ। କିନ୍ତୁ ଏବେ ଯେତେବେଳେ ସଂସଦ ଭବନ ଉଦଘାଟନକୁ ରାଷ୍ଟ୍ରପତିଙ୍କୁ ଡକାଯାଉନି ସେତେବେଳେ କିଭଳି ନବୀନ ଏପରି ଏକ ଉତ୍ସବରେ ସାମିଲ ହୋଇପାରୁଛି ତାହା ନିନ୍ଦନୀୟ ବୋଲି ସେ କହିଛନ୍ତି।

ଅନ୍ୟପଟେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଖବରକାଗଜରେ ସେ ଜାଣିବାକୁ ପାଇଛନ୍ତି ଯେ ନୂଆ ସଂସଦ ଭବନ ଉଦଘାଟନରେ ବିଜେଡି ଯୋଗ ଦେବ। ଏଥିପାଇଁ ସେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ସମ୍ବିଧାନ ସମସ୍ତଙ୍କର କାହାର ବ୍ୟକ୍ତିଗତ ନୁହେଁ। ଯେତେବେଳେ ନୂ୍ଆ ସଂସଦ ଭବନକୁ ମୋଦୀ ଉଦଘାଟନ କରୁଛନ୍ତି ସେତେବେଳେ ବିଜେଡି ଯୋଗଦେବା ସ୍ବାଗତ ଯୋଗ୍ୟ।

ଉଲ୍ଲେଖଯୋଗ୍ଯ, ସଂସଦ ଭବନ ଉଦଘାଟନରେ ୧୯ ବିରୋଧୀ ଦଳ ଯୋଗଦେବେନି ବୋଲି କହିବାକୁ ଏନଡିଏ ନିନ୍ଦା କରିଛି। ଏହି ଉଦ୍‌ଘାଟନ ଉତ୍ସବରେ ଏନଡିଏ ସମେତ ୧୫ ଦଳ ଯୋଗ ଦେବେ ବୋଲି ସୂଚନା ମିଳିଛି।

 

Leave A Reply

Your email address will not be published.