Latest Odisha News

BREAKING NEWS

ମୃତ ବନ କର୍ମଚାରୀଙ୍କ ପରିବାରକୁ ଭେଟିଲେ ପିସିସିଏଫ ମୁଖ୍ୟ, କୋଟିଏ ଟଙ୍କାର କ୍ଷତିପୂରଣ ଦାବି

ବାରିପଦା: ଶିକାରି ଗୁଳିରେ ପ୍ରାଣ ହରାଇଥିବା ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପିସିସିଏଫ ବନ୍ୟପ୍ରାଣୀ ମୁଖ୍ୟ ସୁଶୀଲ କୁମାର ପୋପଲି। ଏଥିସହ ଅଧିକରୁ ଅଧିକ ଅନୁକମ୍ପା ରାଶି ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସ୍ୱର୍ଗତ ଵିମଳ ଜେନାଙ୍କ ପତ୍ନୀ ଲିପିନା ସ୍ୱାଇଁ ମଧ୍ୟ ସେହି ଶିମିଳିପାଳ ଅଭୟାରଣ୍ୟରେ କାର୍ଯ୍ୟରତ ଥିବା ଜଣେ ଫରେଷ୍ଟ ଗାର୍ଡ।

ଲିପିନା ସ୍ୱାଇଁଙ୍କର ଜଙ୍ଗଲରେ ଡ୍ୟୁଟି ନ ଦେଇ ବାରିପଦା ସ୍ଥିତ ଭଞ୍ଜପୁର ଠାରେ ଥିବା ଶିମିଳିପାଳ ଅଭୟାରଣ୍ୟ କାର୍ଯ୍ୟାଳୟରେ ନିଯୁକ୍ତି ଦେବାକୁ ନିବେଦନ କରିଛନ୍ତି ମୃତକଙ୍କ ପରିବାର ଲୋକେ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀ ନିକଟରେ ଏହି ବଦଳି କରିସାରିଛନ୍ତି। ଅପରପକ୍ଷରେ ଏକମାତ୍ର ୬ ବର୍ଷର ଝିଅର ପାଠପଢ଼ା ପ୍ରତି ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିବେଦନ କରିଛନ୍ତି।  ପରିବାର ଲୋକେ ସ୍ୱର୍ଗତ ଵିମଳ ଜେନାଙ୍କ ସମସ୍ତ ସରକାରୀ ପ୍ରାପ୍ୟ ସହିତ ଅନୁକମ୍ପା ରାଶି ଏକ କୋଟି ଟଙ୍କା ପ୍ରଦାନ କରିବାକୁ ପିସିସିଏଫଙ୍କ ନିକଟରେ ଦାବି କରିଛନ୍ତି।

ପିସିସିଏଫ କହିଛନ୍ତି, ଵିମଳ ଜେନାଙ୍କ ମୃତ୍ୟୁ ରାଜ୍ୟ ବନବିଭାଗ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର କର୍ତ୍ତବ୍ୟ ନିଷ୍ଠା ଓ ତ୍ୟାଗ କେଵେ ବ୍ୟର୍ଥ ଯିବନି। ତାଙ୍କର ସମସ୍ତ ପ୍ରକାର ସରକାରୀ ପ୍ରାପ୍ୟ ସହିତ ଶିମିଳିପାଳ ଫାଉଣ୍ଡେସନ ତରଫରୁ ଏବଂ ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି (ଏନଟିସିଏ) ତରଫରୁ ଅଧିକ ସହାୟତା ଯୋଗାଇ ଦିଆଯିବ।

ଅପରପକ୍ଷରେ ଏହି ଘଟଣାରେ ଜଡ଼ିତ ଥିବା ସମସ୍ତ ଅଭିଯୁକ୍ତମାନଙ୍କୁ ମୟୂରଭଞ୍ଜ ପୋଲିସ ସହାୟତାରେ ଗିରଫ କରାଯିବ ବୋଲି କହିଛନ୍ତି। ସେ ନିଜେ ମଧ୍ୟ ପ୍ରତ୍ୟକ୍ଷ ଭାବେ ଏହି ଘଟଣା ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି। ଯିଏ ବି ଏହି ମାମଲାରେ ଦୋଷୀ ବୋଲି ପ୍ରମାଣିତ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.