Latest Odisha News

BREAKING NEWS

କୃଷକଙ୍କ ଲାଗି ଲଢେଇ ଜାରି ରଖିବ ବିଜେଡି: ନବୀନ

ନୂଆଦିଲ୍ଲୀ : ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ କହିଛନ୍ତି ତାଙ୍କ ଦଳ ଓଡିଶାର କୃଷକମାନଙ୍କର ସାମାଜିକ ତଥା ଆର୍ଥିକ ବିକାଶ ଲାଗି ଲଢେଇ ଜାରି ରଖିବ ।

ନୂଆଦିଲ୍ଲୀର ତଲକଟୋରା ଇଣ୍ଡୋର ଷ୍ଟାଡିୟମ୍ ଠାରେ ଦଳୀୟ କର୍ମୀମାନଙ୍କୁ ବିଜୁ କୃଷକ ଅଧିକାର ସମାବେଶରେ ସମ୍ବୋଧିତ କରି ନବୀନ କହିଛନ୍ତି, ସେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ଲାଗି ବହୁବାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି ।

“ନୂଆଦିଲ୍ଲୀ ଠାରେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଏ ସମ୍ପର୍କରେ ରାଜ୍ୟ ବିଧାନସଭା ଗୃହ କମିଟିର ସଦସ୍ୟମାନେ ପୂର୍ବରୁ ଅନେକ ଥର ଅବଗତ କରାଇଛନ୍ତି, କିନ୍ତୁ ଏହା ବୃଥା ଗଲା । ଯାହା ଫଳରେ ଆମର ଏହି ଦାବି ଲାଗି ଦିଲ୍ଲୀ ଆସିବାକୁ ବାଧ୍ୟ ହେଲୁ” ବୋଲି ସେ କହିଛନ୍ତି ।

ଏଠାରେ ଅଧିକାଂଶ ବିଜେଡି ସାଂସଦ, ମନ୍ତ୍ରୀ, ବିଧାୟକ ତଥା ବିଜୁ କୃଷକ ଜନତା ଦଳର ଅନେକ ନେତା ଧାନର ଏମଏସପି ବୃଦ୍ଧି ନିମନ୍ତେ ଧାରଣାରେ ବସିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ନିର୍ବାଚନ ଇସ୍ତାହାରରେ ବିଜେପି ଓଡିଶାର ଜନସାଧାରଣଙ୍କୁ ଯେଉଁ ପ୍ରତିଶ୍ରୁତି ଦଇଥିଲେ ତାହା ଏବେ ଭୁଲି ଯାଇଛନ୍ତି । ନବୀନ କହିଛନ୍ତି, ସ୍ୱାମୀନାଥନ୍ କମିଟିର ପ୍ରସ୍ତାବକୁ ଗୃହୀତ କରାଇବା କେନ୍ଦ୍ର ଦାୟିତ୍ୱ ।

“କୃଷକମାନେ ଦେଶ ଅର୍ଥନୀତିର ଆତ୍ମା । ଚାଷୀମାନଙ୍କର ଜୀବନ ମାନଦଣ୍ଡ ଅଭିବୃଦ୍ଧି ଲାଗି ଓଡିଶା ସରକାର କାଳିଆ ଯୋଜନାର ଶୁଭାରମ୍ଭ କରିଛନ୍ତି” ବୋଲି ସେ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ, ଓଡିଶାକୁ ଆର୍ଥିକ ସ୍ୱାତନ୍ତ୍ର‌୍ୟତା ଦେବାକୁ ସେ ବହୁବାର କେନ୍ଦ୍ରକୁ କହିଛନ୍ତି । “ ଯଦି କେନ୍ଦ୍ର ଆର୍ଥିକ ସ୍ୱାତନ୍ତ୍ର‌୍ୟତା ପ୍ରଦାନ କରିଥାନ୍ତେ ତାହେଲେ ଆମେ ଦିଲ୍ଲୀ ଆସିନଥାନ୍ତୁ” ବୋଲି ସେ ପ୍ରକାଶ କରିଛନ୍ତି । ପୂର୍ବ ନିଷ୍ପତ୍ତି ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ଦଳ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦକୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରି ଏହି ଘଟଣା ସମ୍ପର୍କରେ ଏକ ସ୍ମାରକ ପତ୍ର ପ୍ରଦାନ କରିବେ ।

 

Leave A Reply

Your email address will not be published.