Latest Odisha News

BREAKING NEWS

ଟ୍ରେଡ୍ ୟୁନିୟନର ‘ଭାରତ ବନ୍ଦ’ ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର : ଭାରତୀୟ ଟ୍ରେଡ୍ ୟୁନିୟନ ସଂଘ (ସିଟୁ) ପକ୍ଷରୁ ଦେଶବ୍ୟାପୀ ବନ୍ଦ ପାଳନ ବେଳେ ରେଳରୋକ ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହି ରେଳ ଚଳାଚଳରେ ବାଧାପ୍ରାପ୍ତ ଯୋଗୁଁ ଅଧିକାଂଶ ଟ୍ରେନ ବାତିଲ ହୋଇଥିବା ବେଳେ ଅନେକ ଟ୍ରେନ ଆଶିଂକ ଭାବେ ଚଳାଚଳ ବନ୍ଦ ରହିଛି ।

ନିୟନ୍ତ୍ରିତ ହୋଇ ଅନ୍ୟ ରୁଟରେ ଚଳାଚଳ କରୁଥିବା ଟ୍ରେନ୍:-

୧. ଚେନ୍ନାଇ-ହାୱଡା କରମଣ୍ଡଳ ଏକ୍ସପ୍ରେସ- ଭଦ୍ରକରୁ ସକାଳ ୭ଟା ୧୫ମି. ରୁ ୭ଟା ୩୫ମି ଯାଏଁ ।
୨. ଭୁବନେଶ୍ୱର-ହାୱଡା ଜନ ଶତାବ୍ଦୀ ଏକ୍ସପ୍ରେସ ଭୁବନେଶ୍ୱରରୁ ସକାଳ ୬-୬.୪୫ମି. ପର୍ଯ୍ୟନ୍ତ ।
୩. ପୁରୀ-ହାୱଡା ଶତାବ୍ଦୀ ଏକ୍ସପ୍ରେସ ରେତଙ୍ଗ ଠାରେ ସକାଳ ୭ଟା ୧୦ରୁ ସକାଳ ୭ଟା ୩୩ମି. ମଧ୍ୟରେ ଏବଂ ଭୁବନେଶ୍ୱର ଠାରେ ସକାଳ ୭ଟା ୩୩ମି. ରୁ ୮ଟା୫୮ମି. ଯାଏଁ ।
୪. ଭୁବନେଶ୍ୱର-ବଲାଙ୍ଗିର ଇଣ୍ଟରସିଟି ଏକ୍ସପ୍ରେସ ଭୁବନେଶ୍ୱର ଠାରେ ସକାଳ ୬ଟା ୩୦ମି. ରୁ ୬ଟା ୫୩ମି. ଯାଏଁ ।
୫. ପୁରୀ-ଏଲଟିଟି ଏକ୍ସପ୍ରେସ ରେତଙ୍ଗ ଠାରେ ସକାଳ ୬ଟା ୩୦ମି. ରୁ ୭ଟା ପର୍ଯ୍ୟନ୍ତ ଏବଂ ଭୁବନେଶ୍ୱରରୁ ସକାଳ ୭ଟା ୧୧ମି. ରୁ ୮ଟା ୩୯ ମି. ପର୍ଯ୍ୟନ୍ତ ।
୬. ପୁରୀ-ପାରାଦୀପ/ବଡବିଲ ଇଣ୍ଟର ସିଟି ଡେଲାଙ୍ଗ ଠାରେ ସକାଳ ୬ଯା ୪୦ମି. ରୁ ୯ଟା ୦୫ ମି. ଯାଏଁ ।

୭. ବିଶାଖାପଟନମ୍-ଅମ୍ରିତସର ହୀରାକୁଦ ଏକ୍ସପ୍ରେସ ଖୋର୍ଦ୍ଧ ରୋଡ ସକାଳ ୬ଟା ୪୫ମି. ରୁ ୭ଟା ୩୫ମି. ଏବଂ ରେତଙ୍ଗ ଠାରେ ୭ଟା ୫୩ମି. ରୁ ୮ଟା ୪୫ମି. ଯାଏଁ ।
୮. ହାଇଦ୍ରାବାଦ-ହାୱଡା ଇଷ୍ଟ କୋଷ୍ଟ ଏକ୍ସପ୍ରେସ ଖୋର୍ଦ୍ଧା ରୋଡ ଠାରେ ସକାଳ ୭ଟା ୪୮ମି. ରୁ ୯ଟା ୧୫ମି. ପର୍ଯ୍ୟନ୍ତ ।
୯. ନଗରକୋଏଲ-ଶାଲିମାର ଏକ୍ସପ୍ରେସ ଖୋର୍ଦ୍ଧା ରୋଡ ଠାରେ ସକାଳ ୬ଟା ୨୫ମି. ରୁ ୭ଟା ୨୫ମି. ଯାଏଁ ।

୧୦. ମହିଶୁର-ହାୱଡା ଏକ୍ସପ୍ରେସ ଖୋର୍ଦ୍ଧା ରୋଡ ସକାଳ ୭ଟା ୨୫ମି. ରୁ ସକାଳ ୯ଟା ୨୫ମି. ପର୍ଯ୍ୟନ୍ତ ।
୧୧. ତିରୁପତି-ଭୁ୍ବନେଶ୍ୱର ଏକ୍ସପ୍ରେସ ରମ୍ଭା ଠାରେ ସକାଳ ୭ଟା ୩୦ରୁ ୮ଟା ୪୦ମି. ପର୍ଯ୍ୟନ୍ତ ।
୧୨. ଯଶବନ୍ତପୁର-ହାୱଡା ଏକ୍ସପ୍ରେସ ବ୍ରହ୍ମପୁର ଠାରେ ସକାଳ ୭ଟା ୩୦ମି. ରୁ ୭ଟା ୫୨ମି. ଯାଏଁ ।
୧୩. ସିକନ୍ଦରାବାଦ-ହାୱଡା ଫଲକନାମା ଏକ୍ସପ୍ରେସ ଇଚ୍ଛାପୁରମ୍ ଠାରେ ୭ଟା ୪୫ମି. ରୁ ୯ଟା ୦୫ମି. ପର୍ଯ୍ୟନ୍ତ ।
୧୪. ହାୱଡା-ଚେନ୍ନାଇ ମେଲ୍ ଭୁବନେଶ୍ୱର ଠାରେ ୧ ଘଣ୍ଟା ଲାଗି ।
୧୫. ମୁଜାଫରପୁର-ଯଶବନ୍ତପୁର ଏକ୍ସପ୍ରେସ ମଞ୍ଚେଶ୍ୱର ଠାରେ ୫୫ମି. ଲାଗି ।
୧୬. ଦୁର୍ଗ-ପୁରୀ ଏକ୍ସପ୍ରେସ ନୂଆ ଭୁବନେଶ୍ୱର ଠାରେ ସକାଳ ୭ଟା ୫୦ମି. ରୁ ୮ଟା ୪୭ ମି. ପର୍ଯ୍ୟନ୍ତ ।
୧୭. ବିକାନେର-ପୁରୀ ଏକ୍ସପ୍ରେସ ନରାଜ ଠାରେ ସକାଳ ୮ଟା ୧୭ମି. ରୁ ସକାଳ ୯ଟା ୦୩ମି. ପର୍ଯ୍ୟନ୍ତ ।

ବାତିଲ ହୋଇଥିବା ଟ୍ରେନ୍: –

୧. ଭୁବନେଶ୍ୱର-ବିଶାଖାପଟନମ୍-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ଉଭୟ ଦିଗରୁ
୨. ପୁରୀ-କଟକ-ପୁରୀ ପାସେଞ୍ଜର ଟ୍ରେନ୍ ଉଭୟ ଦିଗରୁ
୩. କଟକ-ବ୍ରହ୍ମପୁର-କଟକ ପାସେଞ୍ଜର ଟ୍ରେନ୍ ଉଭୟ ଦିଗରୁ
୪. କଟକ-ଭଦ୍ରକ-କଟକ ପାସେଞ୍ଜର ଟ୍ରେନ୍ ଉଭୟ ଦିଗରୁ
୫. ବ୍ରହ୍ମପୁର-କଟକ-ବ୍ରହ୍ମପୁର ମେମୁ
୬. କଟକ-ପାରାଦୀପ-କଟକ ମେମୁ
୭. ଭୁବନେଶ୍ୱର-ବ୍ରହ୍ମପୁର- ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍ ଉଭୟ ଦିଗରୁ

ଆଶିଂକ ଭାବେ ବାତିଲ ହୋଇଥିବା ଟ୍ରେନ୍: –

୧. ପଲାସା-କଟକ-ପଲାସା ପାସେଞ୍ଜର ଟ୍ରେନ୍ ପଲାସା ଏବଂ ମଞ୍ଚେଶ୍ୱର ମଧ୍ୟରେ ଚଳାଚଳ କରି ମଞ୍ଚେଶ୍ୱର ଓ କଟକ ମଧ୍ୟରେ ଉଭୟ ଦିଗରୁ ବାତିଲ ।
୨. ପୁରୀ-ଗୁଣୁପୁର-ପୁରୀ ପାସେଞ୍ଜର ଟ୍ରେନ୍ ପୁରୀ ଓ ବ୍ରହ୍ମପୁର ମଧ୍ୟରେ ବାତିଲ ଏବଂ ବ୍ରହ୍ମପୁର ଏବଂ ଗୁଣୁପୁର ମଧ୍ୟରେ ଉଭୟ ଦିଗରୁ ଚଳାଚଳ ବାତିଲ ।

Leave A Reply

Your email address will not be published.