Latest Odisha News

BREAKING NEWS

ବିଜୁ ବାବୁଙ୍କ ଜୟନ୍ତୀରେ ସାଇକେଲ୍ ଶୋଭାଯାତ୍ରା: କଟକ ଆନନ୍ଦଭବନରୁ ଯିବ ଭୁବନେଶ୍ୱର ଏୟାରପୋର୍ଟ

ଭୁବନେଶ୍ୱର: ଆସନ୍ତା ୫ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହି ଦିନକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ ବିଜେଡି ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରାର ଆୟୋଜନ କରାଯିବ । କଟକ ଆନନ୍ଦଭବନରୁ ଭୁବନେଶ୍ୱର ବିମାନବନ୍ଦର ଯାଏ ସାଇକେଲ ରାଲି ଅନୁଷ୍ଠିତ ହେବ । ଏନେଇ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ସାଇକେଲ ଶୋଭାଯାତ୍ରାରେ ହଜାର ହଜାର ଛାତ୍ର ଓ ଯୁବକ ସାମିଲ ହେବା ସହ ଏହାକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ । ଏଥିସହ ମାର୍ଚ୍ଚ ୫ ବିଜୁ ବାବୁଙ୍କ ଜୟନ୍ତୀଠାରୁ ଏପ୍ରିଲ ୧୭ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଯାଏ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡି ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯିବ ।

Leave A Reply

Your email address will not be published.