Latest Odisha News

BREAKING NEWS

ବିବାହ ଭୋଜି ଖାଇ ୫୦ରୁ ଅଧିକ ଅସୁସ୍ଥ

ନବରଙ୍ଗପୁର: ଉମରକୋଟ ବ୍ଲକ ତୋହରା ଗାଁରେ ବିବାହ ଭୋଜି ଖାଇ ଏକାଧିକ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ମଙ୍ଗଳବାର ଗାଁରେ ଏକକାଳୀନ ୫ରୁ ୬ ଗୋଟି ବିବାହ ଭୋଜି ଆୟୋଜନ ହୋଇଥିଲା । ବିବାହରେ ଗ୍ରାମବାସୀ ସହଯୋଗ କରିବା ସହ ଭୋଜି ଖାଇଥିଲେ । ଭୋଜି ଖାଇବା ପରେ ଗାଁର ପ୍ରାୟ ୫୦ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି ।

50 People Illness After Attending Marriage Party In Nabarangpur  

ଝାଡ଼ାବାନ୍ତି ହେଉଥିବା ବେଳେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗ ମେଡିକାଲ ନିଆଯାଇଛି । ଅସୁସ୍ଥଙ୍କୁ  କୁର୍ସୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରେ ଏକାଧିକ ଶିଶୁ ମହିଳା ଅଛନ୍ତି । ଗାଁରେ ଗୋଟିଏ ଦିନରେ ଏକାଧିକ ଭୋଜି ହୋଇଥିବାରୁ କେଉଁଥିପାଇଁ ଏଭଳି ଝାଡ଼ାବାନ୍ତି ବ୍ୟାପିଲା ଜଣାପଡ଼ିନାହିଁ ।

Leave A Reply

Your email address will not be published.