ଭଦ୍ରକ : ଭଦ୍ରକ ଧାମନଗର ଏନଏସି ବିଜେଡିର ବିଜୟ । ଧାମ ନଗରରେ ବିଜୟ ଟିକା ପିନ୍ଧିଲେ ଅଧ୍ୟକ୍ଷା ପ୍ରାର୍ଥୀ ନିବେଦିତା ଜେନା । ଧାମନଗରରେ ୧୧ ଟି ୱାର୍ଡରୁ ବିଜେଡି ୯ ଟି ୱାର୍ଡରେ ବିଜୟ ଲାଭ କରିଛି । ଧାମନଗରରେ ବିଜେପି ମାତ୍ର ଦୁଇଟି ସିଟ ହାତେଇ ମନ ବୁଝେଇଥିଲା ।ଆଜି ଧାମନଗରରେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥୀନୀ ପୁଷ୍ପଶ୍ରୀ ମହାନ୍ତିଙ୍କୁ ହରାଇ ବିଜୟ ଲାଭ କରିଛନ୍ତି ।
ଭଦ୍ରକରେ ୧ ନମ୍ବର ୱାର୍ଡ ବିଜେପି ହାତେଇଛି । ସେଠାରେ ଉତ୍ତମ ମହାନ୍ତି ବଜୟୀ ହୋଇଛନ୍ତି । ୨ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଜାନକୀ ଲତା ସେଠୀ , ୩ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଉମେତୁଲା ଆମିନ ,୪ ନମ୍ବର ଭଦ୍ରକ ବିଜେଡି ପ୍ରାର୍ଥୀ ସେକ ଜଇନୁଲ , ୫ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ , ୬ ନମ୍ବର ଓା୍ୱର୍ଡରୁ ବିଜେଡି ପ୍ରାର୍ଥୀ , ୭ ନମ୍ବର ୱାର୍ଡରୁ ବିଜେପି ପ୍ରାର୍ଥୀ, ୮ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ , ୯ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଓ ୧୦ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ , ୧୧ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
ଧାମ ନଗର ଏନଏସିରେ ବାକି ଥିବା ୱାର୍ଡରେ ମତଦାନ ପରେ ଆଜି ସକାଳୁ ଭୋଟ ଗଣତି ହୋଇଥିଲା । ପୂର୍ବରୁ ମତଦାନ ବେଳେ ଗଣ୍ଡଗୋଳ ଯୋଗୁଁ ଗତ କାଲି ଧାମ ନଗରହ ୪ ଟି ୱାର୍ଡରେ ସାନି ମତଦାନ କରାଯାଇଥିଲା ।
Comments are closed.