Latest Odisha News

BREAKING NEWS

ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି

ଭୁବନେଶ୍ବର: ବନ୍ଦ ଡାକରା ଫେରାଇ ନେଇଛି ବିଜେଡି । ଆସନ୍ତାକାଲି ଆଉ ହରତାଳ କରିବନି ବିଜେଡି । ସରକାରଙ୍କ ପକ୍ଷରୁ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ବିଜେଡି ତାର ମଙ୍ଗଳବାର ୬ ଘଣ୍ଟିଆ ବନ୍ଦ ଡାକରା ପ୍ରତ୍ୟାହାର କରିନେଇଛି । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛି ବିଜେଡି ।

ତେବେ ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦେବା ମାମଲାରେ ନ୍ୟାୟ ଦାବି କରି ରବିବାର ଆସନ୍ତା ୨୪ ତାରିଖରେ ବିଜେଡି ସକାଳ ୬ରୁ ଦିନ ୧ଟା ଯାଏଁ ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେବା ବୋଲି ଘୋଷଣା କରିଥିଲା । ହେଲେ ଗିକାଲି ବିଳମ୍ବିତ ରାତିରେ ସରକାର  ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ କରି ୬୦ ଦିନରେ ରିପୋର୍ଟ ଦେବାକୁ ବିଜ୍ଞପ୍ତି ଜାରି କରିଛି ଗୃହ ବିଭାଗ ।  ପୀଡିତା, ମେଜର, ପୋଲିସଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଅଭିଯୋଗ, ଭରତପୁର ଥାନା, କ୍ରାଇମବ୍ରାଞ୍ଚ ଓ ଚନ୍ଦକା ଥାନା ମାମଲା ସବୁର ନିରପେକ୍ଷ ନ୍ୟାୟିକ ତଦନ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେବା ପରେ ବିଜେଡି ତାର ହରତାଳ ପ୍ରତ୍ୟାହାର କରିନେଇଛି ।

Leave A Reply

Your email address will not be published.