ଭୁବନେଶ୍ୱର: ପ୍ରକାଶ ପାଇଛି ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷା ଫଳ । ଚଳିତ ବର୍ଷ ମୋଟ ପାସ୍ ହାର ୮୭.୯୮ ପ୍ରତିଶତ ରହିଛି । ଏହା ମଧ୍ୟରୁ ଝିଅଙ୍କ ପାସ୍ ହାର ୯୧.୫୨ ପ୍ରତିଶତ ଥିବା ବେଳେ, ପୁଅଙ୍କ ପାସ୍ ହାର ୮୫.୧୨ ରହିଛି । ତେବେ ସତ୍ୟଭାମାପୁ୍ର ସ୍ଥିତ ବିଜେଇଏମ୍ -୨ ଇଂଲିଶ ମାଧ୍ୟମ ସ୍କୁଲ ର ଛାତ୍ର ଛାତ୍ରୀ ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ରେ ଅପୂର୍ବ ସଫଳତା ହାସଲ କରିଛନ୍ତି। ଦୁଇଟି ଯାକ ପରୀକ୍ଷାରେ ସ୍କୁଲ ଶତ ପ୍ରତିଶତ ସଫଳତା ହାସଲ କରିଛି।
ସିବିଏସଇ ଦଶମ ବୋର୍ଡ ପରୀକ୍ଷା ରେ ରାଜ ଆର୍ଯ୍ୟାନ୍ ରାଉତ ଏବଂ ସ୍ମୃତି ସୁମନ ସାହୁ ୯୬.୮% ମାର୍କ ସହ ଯୁଗ୍ମ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସ୍ଵର୍ଣ୍ଣଦୀପା ସାହୁ ୯୬.୪% ମାର୍କ ହାସଲ କରି ଦ୍ଵିତୀୟ ସ୍ଥାନ ପାଇଛନ୍ତି । ସେହିପରି ଜେମ୍ସ୍ ଶକ୍ତି ଏବଂ କାବ୍ୟଦୀପ ଦାଶ ୯୬% ମାର୍କ ହାସିଲ କରି ସ୍କୁଲରେ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ପରୀକ୍ଷା ଦେଇଥିବା ୧୬୩ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୩୯ ଜଣ ୯୦% ପ୍ରତିଶତରୁ ଅଧିକ ମାର୍କ ହାସଲ କରିଛନ୍ତି।
ସେହିପରି ସିବିଏସଇ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ସ୍କୁଲର ୪ ଜଣ ୯୦% ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବେଳେ ୨୪ ଜଣ ୮୦% ରୁ ଅଧିକ ନମ୍ବର ରଖିଛନ୍ତି । ଅଂଶୁମାନ ବିଶ୍ଵାଳ ୯୬.୪%, ଅଭିନବ ସାହୁ ୯୨.୪% ଏବଂ ଆରୁଷି ମହାନ୍ତି ୯୧% ମାର୍କ ରଖି ସ୍କୁଲର ଗୌରବ ବଢାଇଛନ୍ତି।
ବିଜେ ଶିକ୍ଷା ପରିଷଦ ର ଅଧକ୍ଷ ରଘୁନାଥ ମିଶ୍ର, ପରିଚାଳକ ପ୍ରତାପ ଜେନା, ସ୍କୁଲ ଅଧକ୍ଷା ଅଳକା ଦାସ ମହାନ୍ତି, ଉପାଧକ୍ଷ ମନୋରଞ୍ଜନ ବେଜ ଶିକ୍ଷକ ତଥା ଅନ୍ୟାନ୍ୟ ଷ୍ଟାଫ ମାନେ ବିଦ୍ୟାର୍ଥୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସଫଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି।
Comments are closed.