Latest Odisha News

BREAKING NEWS

‘ଇସ୍ତଫା ଦେଉ ଡିଏମକେ ସରକାର’: ବିଧାନସଭାରୁ ଓ୍ବାକଆଉଟ କଲେ ବିରୋଧୀ

ନୂଆଦିଲ୍ଲୀ: ଏବେ ତାମିଲନାଡୁରେ ଭାଷା ରାଜନୀତି ଜୋର ଦେଖିବାକୁ ମିଳିଛି । ତାମିଲକୁ ହିଁ ପ୍ରାଥମିକତା ପ୍ରଦାନ କରି, ଏବେ ତାର ଜୋରସୋର ପ୍ରଚାର ପ୍ରସାର କରୁଛି ତାମିଲପାଡୁ ଡିଏମକେ ସରକାର । ଏମିତିକି ତାମିଲନାଡୁ ୨୦୨୫-୨୬ ଆର୍ଥିକ ବର୍ଷର ରାଜ୍ୟ ବଜେଟରେ ଥିବା ଟଙ୍କାର ପ୍ରତୀକକୁ ମଧ୍ୟ ବଦଳାଇ ଦେଇ ତାମିଲରେ ଲେଖିଛନ୍ତି ସେଠିକା ସରକାର । ଯାହାକୁ ନେଇ ଏବେ ଆଜି ବଜେଟ୍ ଉପସ୍ଥାପନା ସମୟରେ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଶାସକ ।  ୨୦୨୫-୨୬ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ ଉପସ୍ଥାପନ ସମୟରେ ବିଜେପି ଏବଂ ଅଲ୍ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ର କାଝଗମ (ଏଆଇଏଡିଏମକେ) ବିଧାନସଭାରୁ ୱାକଆଉଟ୍ କରିଥିଲେ । ଡିଏମକେ ସରକାରଙ୍କ ଦ୍ବାରା ଟଙ୍କା ପ୍ରତୀକ ବଦଳାଇବା ଏବଂ ତାମିଲନାଡୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ ଲିମିଟେଡରେ ଦୁର୍ନୀତି ବିରୋଧରେ ପ୍ରତିବାଦ କରି କିଛି ଏପରି କରିଛନ୍ତି ବିରୋଧୀ ।

ଯାହାକୁ ନେଇ ବିଜେପି ରାଜ୍ୟ ସଭାପତି କେ ଅନ୍ନାମଲାଇ ବଜେଟକୁ ନିନ୍ଦା କରି ଏହା କେବଳ ଆଇ ଓ୍ବାସ ବୋଲି ଆକ୍ଷେପ କରିଛନ୍ତି । ସେ କହିଛନ୍ତି, ଆମେ ବଜେଟ୍ ରୁ ଉଠିକି ଚାଲିଆସିଲୁ । ତାମିଲନାଡୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ ଲିମିଟେଡ ଏବେ ଏକ ବଡ ପ୍ରସଙ୍ଗ । ଇପିଏସ ମଧ୍ୟ ଗୃହରେ ପଦ ତ୍ୟାଗ କରିଛି । ଏହା ଦର୍ଶାଉଛି ଯେ, ଡିଏମକେ ସରକାର କେତେ ଅଗଣତାନ୍ତ୍ରିକ ହୋଇଗଲାଣି । ସେମାନେ ତାମିଲନାଡୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ ଲିମିଟେଡରୁ ୫୦,୦୦୦ କୋଟି ଟଙ୍କା ରୋଜଗାର କରନ୍ତି, କିନ୍ତୁ ରାଜ୍ୟର ଋଣ ୯ ଲକ୍ଷ କୋଟି ଟଙ୍କାରୁ ଅଧିକ । ଆଉ ବେଜେଟରେ କିଛି ବି ସେମିତି ଉତ୍ପାଦନକ୍ଷମ ନାହିଁ ।

ସେ ଆହୁରି ବି କହିଛନ୍ତି, ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ, ଡିଏମକେ ଅନାବଶ୍ୟକ ଭାବରେ ଏହାକୁ ବିବାଦୀୟ କରୁଛି । ଏହା କୌଣସି ସମସ୍ୟା ନୁହେଁ । ପୂର୍ବରୁ ଗୃହମନ୍ତ୍ରୀ ଏହା ସ୍ପଷ୍ଟ କରି କହିଛନ୍ତି ଯେ, ଡିଲିମିଟେସନରେ କାହାର ଅଂଶ ବୃଦ୍ଧି କିମ୍ବା ହ୍ରାସ ହେବ ନାହିଁ ।

ଅନ୍ୟପଟେ ବିଜେପି ବିଧାୟକ ବନଥି ଶ୍ରୀନିବାସନ ପ୍ରତିବାଦ ସ୍ୱରୂପ କଳା ଶାଢ଼ି ପିନ୍ଧି ଅଧିବେଶନରେ ଯୋଗ ଦେଇଥିଲେ । ଏହି ସରକାର ତାର ବିଶ୍ୱସନୀୟତା ହରାଇଛି । ଆମେ ଆମର ପାଠ୍ୟକ୍ରମରେ ତାମିଲ ବ୍ୟବହାରକୁ ସ୍ୱାଗତ କରୁଛୁ, କିନ୍ତୁ ତାମିଲ ଏବଂ ସଂସ୍କୃତି ନାମରେ, ସେମାନେ ରାଷ୍ଟ୍ରର ପ୍ରତୀକ ବିରୁଦ୍ଧରେ ଯିବାକୁ ଚେଷ୍ଟା କରୁଛନ୍ତି । ଏହି ଅସମ୍ମାନ ସମ୍ବିଧାନ ବିରୁଦ୍ଧରେ ବୋଲି ସେ କହିଛନ୍ତି ।

ତେବେ ଆଜି ତାମିଲନାଡୁ ବିଧାନସଭାରେ ଏଆଇଏଡିଏମକେ ବିଧାୟକମାନେ ତାମିଲନାଡୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ ଲିମିଟେଡ ମଦ ବିକ୍ରୟରେ ୧୦୦୦ କୋଟି ଟଙ୍କାର ଦୁର୍ନୀତି ସମ୍ପର୍କରେ ଇଡି ଦ୍ୱାରା ଅଭିଯୋଗ ଉଠାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନଙ୍କୁ ଅନୁମତି ଦେବାକୁ ମନା କରିଦେିଥିଲେ ବାଚସ୍ପତି । ସୋମବାର ଏହା ଉପରେ ଆଲୋଚନା ହେବ ବୋଲି ପ୍ରସ୍ତାବ ଦେଇଥିଲେ । ଏହା ପରେ, ସେମାନେ ବିଜେପି ସହ ଯୋଗ ଦେଇ ପଦତ୍ୟାଗ କରି ବିରୋଧ ପ୍ରଦଣ୍ଶନ କରିଥିଲେ । ଏଥିସହିତ ବିରୋଧୀ ଦଳ ନେତା ଏଡାପ୍ପାଡି କେ ପଲାନିସ୍ୱାମୀ ଏହି ଦୁର୍ନୀତି ନେଇ ଡିଏମକେ ସରକାରଙ୍କ ଇସ୍ତଫା ଦାବି କରିଥିଲେ ।

 

Leave A Reply

Your email address will not be published.