ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ମୋଦିଙ୍କ ପାଓ୍ବାର ଶୋ । ଖବରକାଗଜରେ ବଡ ବଡ ଅକ୍ଷରରେ ବିଜ୍ଞାପନରେ ଝଲସିଲା ମୋଦିଙ୍କ ‘ଏକ ହେ ତୋ, ସେଫ ହେ’ ସ୍ଲୋଗାନ୍ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ କଟାକ୍ଷ କରିବା ପାଇଁ ଏହି ସ୍ଲୋଗାନ୍ ଦେଇଥିଲେ । କଂଗ୍ରେସ ପଛୁଆ ବର୍ଗ ମଧ୍ୟରେ ମତଭେଦ ସୃଷ୍ଟି କରିବା ପାଇଁ ବିଭାଜନ ରାଜନୀତିରେ ଜଡିତ ଥିବା ଅଭିଯୋଗ କରିଥିଲେ ମୋଦି । ଯାହାକୁ ନେଇ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇ କହିଥିଲେ, ଯେ ପର୍ଯ୍ୟନ୍ତ ଆମେ ଏକାଠି ଥିବା ସେ ପର୍ଯ୍ୟନ୍ତ ଆମେ ସୁରକ୍ଷିତ ରହିବା । ଯାହା ଆଜି ମହାରାଷ୍ଟ୍ରର ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଛି । ବିଜେପି ଏହାର ବିଧାନସଭା ନିର୍ବାଚନ ପ୍ରଚାରକୁ ବିଜ୍ଞାପନରେ ଦେଇ ନିଜର ପାଓ୍ବାର ଶୋ କରିଛି । ଯାହା ବିରୋଧୀଙ୍କୁ ଖୋଲା ଚାଲେଞ୍ଜ ।
ଖାଲି ସେତିକି ନୁହେଁ ବିଜେପି ଦ୍ବାରା ଖବରକାଗଜରେ ଦିଆଯାଇଥିବା ବିଜ୍ଞାପନରେ ସହଯୋଗୀ ପାର୍ଟନର ଭାବେ ଶିବସେନା ଏବଂ ଏନସିପିର ଲୋଗୋ ମଧ୍ୟ ରହିଛି। ଯାହା ଏବେ ମହାରାଷ୍ଟ୍ର ରାଜନୀତି ପ୍ରଚାରକୁ ସରଗରମ କରିଛି ।
ତେବେ ଏହି ନିକଟରେ ମହାରାଷ୍ଟ୍ରର ଧୂଲେରେ ମୋଦି କଂଗ୍ରେସକୁ ଟାର୍ଗେଟ କରିଥିଲେ । କଂଗ୍ରେସ କେବଳ ଜାତି ଜାତି ମଧ୍ୟରେ ଲଢେଇ କରିବାକୁ ଚାହୁଁଛି । ସେମାନେ ଏସସି, ଏସଟି, କିମ୍ବା ଓବିସି ଆଗକୁ ବଢନ୍ତୁ ତାହା ଆଦୌ ଚାହାନ୍ତି ନାହିଁ । ତେଣୁ ମନେରଖନ୍ତୁ, ‘ଏକ ହେ, ତୋ ସେଫ ହେ’, ଅର୍ଥାତ୍ ଯେପର୍ଯ୍ୟନ୍ତ ଏକାଠି ରହିବା, ସେପର୍ଯ୍ୟନ୍ତ ସୁରକ୍ଷିତ ରହିବା ।
ମୋଦିଙ୍କ ଏଭଳି ସ୍ଲୋଗାନକୁ କଂଗ୍ରେସ ସହ ଅନ୍ୟ ବିରୋଧୀମାନେ ମଧ୍ୟ ସମାଲୋଚନା କରିଥିଲେ । ବିଜେପି ଜାତିଭେଦ ପ୍ରସଙ୍ଗ ଉଠାଇ, ସେମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବାକୁ ଚାହୁଛନ୍ତି ବୋଲି ଓଲଟା ଅଭିଯୋଗ କରିଥିଲେ । ବିଜେପି ହିଁ ସେମାନଙ୍କ ମନରେ ‘ଆମେ/ସେମାନେ’ ଚିନ୍ତାଧାରା ସୃଷ୍ଟି କରିଛି । ଯାହାକୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ୍ ଅଭିଯୋଗ କରିଥିଲେ, ଦେଶର ସବୁଠୁ ବଡ ଭୟ ହେଉଛି ବିଜେପି ଏବଂ ଆରଏସଏସ ।
Comments are closed.