Latest Odisha News

BREAKING NEWS

ବିଧାନସଭାରେ ମମିତା ତାତି: ଅପରାହ୍ଣ ୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର: ବିଧାନସଭାରେ ଆଜି ପୁଣି ଉଠିଲା ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ । ଗୃହ କାର୍ୟ୍ୟ ଆରମ୍ଭ ହେବା କ୍ଷଣି ଉଭୟ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ । ହୋହଲ୍ଲା ଭିତରେ ମାତ୍ର ୧୫ ସେକେଣ୍ଡ ଭିତରେ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ଅପରାହ୍ଣ ୪ଟା ଯାଏ ମୁଲତବି ହୋଇଛି ବିଧାନସଭା ।

ମମିତା ମେହେର ପ୍ରସଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକଙ୍କୁ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ନଆସିବାକୁ ତାଗିଦ କରିଥିଲେ ବାଚସ୍ପତି । ତଥାପି ସେମାନେ ଗୃହ କାର୍ୟ୍ୟ ଆରମ୍ଭ ହେବା କ୍ଷଣି ମମିତା ପ୍ରସଙ୍ଗରେ ଆରମ୍ଭ କରିଥିଲେ ହଟ୍ଟଗୋଳ ।

Leave A Reply

Your email address will not be published.