Latest Odisha News

BREAKING NEWS

କନ୍ଧମାଳରେ ଶୀତ ପ୍ରକୋପ, ରାତିରେ ୮ରୁ ୯ଡିଗ୍ରୀ ରହୁଛି ତାପମାତ୍ରା

ଜି.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ଲାଗି ରହିଛି ଶୀତ ପ୍ରକୋପ । ରାତି ୮ଟା ହେଲେ ବଜାର, ସାହି, ଗଳିକନ୍ଦି ସମ୍ପୂର୍ଣ୍ଣ ଖାଁ ଖାଁ ଲାଗୁଛି । କୁହୁଡି ସାଙ୍ଗକୁ ଶୀତ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି ।

ଲୋକମାନେ ଶୀତର ମଜା ନେବାପାଇଁ ବ୍ୟାୟାମ କରୁଥିବା ବେଳେ କିଛି ସ୍ଥାନରେ ଲୋକମାନେ ସନ୍ଧ୍ୟା ଭ୍ରମଣ କରୁଛନ୍ତି । ରାତିରେ ତାପମାତ୍ରା ପ୍ରାୟ ୮ରୁ ୯ଡିଗ୍ରୀ ରହୁଛି ।

ସେପଟେ  ଶୀତର ଭରପୁର ମଜା ନେଉଛନ୍ତି ସ୍ଥାନୀୟ ଲୋକଙ୍କ ସହ ବୁଲି ଆସୁଥିବା ପର୍ଯ୍ୟଟକ ମାନେ । ଦାରିଙ୍ଗବାଡିରେ ପ୍ରବଳ ଥଣ୍ଡା ଅନୁଭୁତ ହେଉଥିବା ବେଳେ ଦୂରଦୂରାନ୍ତରୁ ବି ଲୋକଙ୍କ ଲାଗୁଛି ଗହଳି । ବଣ ପାହାଡ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ବେଶ୍ ବଜା ନେଉଛନ୍ତି ।

Leave A Reply

Your email address will not be published.