Latest Odisha News

BREAKING NEWS

ବ୍ରହ୍ମପୁର ମହାନଗର ନିଗମ ବିଜେପିର ମେୟର ପ୍ରାର୍ଥୀ ଡ. ସବିତା ସୁଆର

ବ୍ରହ୍ମପୁର  : ଭୁବନେଶ୍ୱର, କଟକ ପରେ ଏବେ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେପି । ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବେ ଦଳ ସାହିତ୍ୟିକା ଡଃ ସୁନୀତି ମୁଣ୍ଡଙ୍କୁ ବାଛିଥିବା ବେଳେ ଏବେ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେପିର ମେୟର ପ୍ରାର୍ଥୀ ହୋଇଛନ୍ତି ଡ. ସବିତା ସୁଆର ।

ତେବେ ସବୁ ସସପେନ୍ସର ଏବେ ଅନ୍ତ ଘଟିସାରିଛି । ବିଜେପି ପକ୍ଷରୁ ତିନି ମେୟର ପ୍ରାର୍ଥୀ ଘୋଷଣା ହୋଇସାରିଛି । ସବିତା ସୁଆର ଜଣେ ଉଚ୍ଚଶିକ୍ଷିତା ,ବଂ ଜଣେ ଶିକ୍ଷାବିତ୍‌ ଭାବେ ସ୍ଥାନୀୟ ଅଞ୍ଚଳରେ ଜଣେ ର୍ଚ୍ଚିତ ଚେହେରା । ସେ ବିଜେପି ନେତା ଉତ୍ତମ ପାଣିଗ୍ରାହୀଙ୍କ ଧର୍ମପତ୍ନୀ । ଉତ୍ତମଙ୍କୁ ଗତଥର ବିଜେପିରୁ ଟିକଟ ମିଳିନଥିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଗପହଣ୍ଡିରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ।

ଏଥର ବ୍ରହ୍ମପୁର ପୌରାଞ୍ଚଳରେ ସବିତା ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ।

Comments are closed, but trackbacks and pingbacks are open.