Latest Odisha News

[ଦେଖନ୍ତୁ ଭିଡିଓ] ପୌରପରିଷଦ ପାଇଁ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀ ପତ୍ର ଦାଖଲ

ଗୁଣୁପୁର: ଚଳିତ ପୌର ନିର୍ବାଚନ ପାଇଁ ଗୁଣୁପୁର ପୌର ପରିଷଦରେ ବିଜୁ ଜନତା ଦଳ ତରଫରୁ ଶୋଭାଯାତ୍ରା । ପୌରପରିଷଦର ସମସ୍ତ ୧୯ ୱାର୍ଡର ଆଜି ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ମାନେ ନିଜ ନିଜର ଦାଖଲ କରିଛନ୍ତି ନାମାଙ୍କନପତ୍ର । ଜିଲ୍ଲା ସଭାପତି ସୁଧୀର ଦାସ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ ନେତୃତ୍ୱରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ ମାନେ ।

ରାୟଗଡା ଜିଲ୍ଲା ଏନ ଗୁଡ଼ାର ପୌରପରିଷଦରେ ମଧ୍ୟ ଆଜି ସମସ୍ତ ୱାର୍ଡରେ ପ୍ରାର୍ଥୀ ପତ୍ର ବିଜୁ ଜନତା ଦଳ ତରଫରୁ ଦାଖଲ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଜେପି କିମ୍ବା କଂଗ୍ରେସ ପକ୍ଷରୁ ୱାର୍ଡ ଏବଂ ପୌର ଅଧକ୍ଷା ପ୍ରାର୍ଥୀ ଚୟନ ହୋଇ ନଥିବା ଜଣାପଡିଛି ।

ଅନ୍ୟପକ୍ଷରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୈାରପରିଷଦ ପାଇଁ ଆଜି ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀ ପତ୍ର ଦାଖଲ କରାଯାଇଛି । ସୋନପୁର ପୈାର ପରିଷଦ ଅଧକ୍ଷା ଭାବରେ ବିଜେଡିର ତାମସି ତାମସ୍ମୀତା ନାୟକ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ତାଙ୍କ ସହିତ ୧୫ଟି ୱାଡ ମେମ୍ବର ପ୍ରାର୍ଥୀ ମାନେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Comments are closed, but trackbacks and pingbacks are open.