Latest Odisha News

BREAKING NEWS

ଅପରାଜିତା ଓ ସମ୍ବିତଙ୍କୁ ବଡ ଦାୟିତ୍ଵ, ଓଡିଶାର ପ୍ରଭାରୀ ହେଲେ ବିଜୟପାଲ ସିଂ ତୋମାର

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ବିଜେପି । ଓଡ଼ିଶାରେ ବିଜୟପାଲ ସିଂ ତୋମାରଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଏଥିସହ ଲତା ଉସେଣ୍ଡିଙ୍କୁ ସହ ପ୍ରଭାରୀ ଦାୟିତ୍ୱ ମିଳିଛି। ବରିଷ୍ଠ ବିଜେପି ନେତା ପ୍ରକାଶ ଜାଭଡ଼େକରଙ୍କୁ ଦଳ କେରଳର ପ୍ରଭାରୀ ନିଯୁକ୍ତ କରିଥିବା ବେଳେ ଅପରାଜିତାଙ୍କୁ ମିଳିଛି ସହପ୍ରଭାରୀ ଦାୟିତ୍ୱ।

ସେହିପରି ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସଂଯୋଜକ ନିଯୁକ୍ତ କରାଯାଇଥିବା ବେଳେ ବି. ମୂରଲୀଧରନଙ୍କୁ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସହ ସଂଯୋଜକ ଦାୟିତ୍ୱ ମିଳିଛି। ଅନ୍ୟପଟେ ବରିଷ୍ଠ ନେତା ବିନୋଦ ତାୱଡ଼େଙ୍କୁ ବିହାରର ପ୍ରଭାରୀ, ଅନୀଲ ଆଣ୍ଟୋନୀଙ୍କୁ ମେଘାଳୟ ଓ ନାଗାଲାଣ୍ଡର ପ୍ରଭାରୀ, ବିଜୟ ରୂପାନୀଙ୍କୁ ପଞ୍ଜାବର ପ୍ରଭାରୀ, ଦୁଷ୍ୟନ୍ତ କୁମାର ଗୌତମଙ୍କୁ ଉତ୍ତରାଖଣ୍ଡର ପ୍ରଭାରୀ, ନୀତୀନ ନବୀନଙ୍କୁ ଛତିଶଗଡ଼ର ପ୍ରଭାରୀ, ଆଶିଷ ସୂଦଙ୍କୁ ଗୋଆର ପ୍ରଭାରୀ, ମନୀଷ ପୂନିଆଙ୍କୁ ହରିୟାଣାର ପ୍ରଭାରୀ, ବିଧାୟକ ଶ୍ରୀକାନ୍ତ ଶର୍ମାଙ୍କୁ ହିମାଚଳ ପ୍ରଦେଶର ପ୍ରଭାରୀ, ସାଂସଦ ରାଧା ମୋହନ ଦାସଙ୍କୁ କର୍ଣ୍ଣାଟକର ପ୍ରଭାରୀ, ମହେନ୍ଦ୍ର ସିଂହଙ୍କୁ ମଧ୍ୟ ପ୍ରଦେଶର ପ୍ରଭାରୀ ଓ ଦେବେଶ କୁମାରଙ୍କୁ ମିଜୋରାମର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି ।

 

Comments are closed.