Latest Odisha News

BREAKING NEWS

ବିଏସକେୱାଇକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ନ କରିବାକୁ କହିଲା ବିଜେପି

ଭୁବନେଶ୍ବର: ଚଳିତ ଥର ନିର୍ବାଚନ ସମସ୍ତଙ୍କୁ ଚମକାଇ ଦେଇଛି । ରାଜ୍ୟରେ ବିଜେପିକୁ ମିଳିଛି ବଡ଼ ବିଜୟ । ଓଡ଼ିଶାରେ ବିଜେପିକୁ ସ୍ପଷ୍ଟ ବହୁମତ। ଓଡ଼ିଶାରେ ସକରକାର ଗଠନର ମ୍ୟାଜିକ ନମ୍ୱର ୭୪ଥିବା ବେଳେ ବିଜେପି ଏହାକୁ ପାର୍‌ କରି ପାଇଛି ୭୮ଆସନ। ସେପଟେ ଲୋକସଭାରେ ମଧ୍ୟ ବିଜେପି ବାଜି ମାରିଛି । ଏହାରି ଭିତରେ ବିଏସକେୱାଇକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଇଛି ।

ବିଭିନ୍ନ ମେଡିକାଲରେ ବିଏସକେୱାଇ କାର୍ଡ ବନ୍ଦ ହୋଇଯାଇଥିବା ଏବଂ ଏହାକୁ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି , ବିଏସକେୱାଇକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ନ ହେଉ । ସରକାର ପରିବର୍ତ୍ତନ ଆଳରେ ଦ୍ବନ୍ଦ୍ବ ସୃଷ୍ଟି ନକରିବାକୁ କହିଛନ୍ତି ମନମୋହନ । ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ସରକାରର ପ୍ରାଥମିକତା ।

ସରକାର ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା । ଏହି ଆଳରେ ଦ୍ବନ୍ଦ୍ବ ସୃଷ୍ଟି କରାଯାଇ ଚିକିତ୍ସାରୁ ବଞ୍ଚିତ କରା ନ ଯାଉ । ଏପରି କରିବା ଏକ ସାମାଜିକ ଓ ବୈଧାନିକ ଅପରାଧ କହିଲେ ମନମୋହନ । ଏଭଳି ସାମାଜିକ ଅପରାଧରୁ କ୍ଷାନ୍ତ ରହି ରୋଗୀଙ୍କୁ ଚିକିତ୍ସା କରାଯାଉ । ପ୍ରଶାସନ ଏଭଳି ମିଥ୍ୟା ଗୁଜବ ପ୍ରତି ସତର୍କ ଦୃଷ୍ଟି ରଖୁ ବୋଲି କହିଛନ୍ତି ମନମୋହନ ।

ସୂଚନାଯୋଗ୍ୟ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ବିଏସକେୱାଇ କାର୍ଡ କାର୍ଯ୍ୟକାରୀ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟତା ମିଳିନାହିଁ ।

Comments are closed.