Latest Odisha News

କେବେ ଶେଷ ହେବ ମହାମାରୀ? ଜାଣନ୍ତୁ କ’ଣ କହିଲେ ‘ହୁ’ ମୁଖ୍ୟ

ନୂଆଦିଲ୍ଲୀ: କେବେ ସରିବ ମହାମାରୀ? ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ କହିଛନ୍ତି ଯେ ଯେତେବେଳେ ବିଶ୍ୱ ଏହାକୁ ସମାପ୍ତ କରିବାକୁ ଚାହିଁବ ସେତେବେଳେ କରୋନା ମହାମାରୀ ଶେଷ ହେବ।

ବର୍ଲିନରେ ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ତାଙ୍କ ସମ୍ବୋଧନ ସମୟରେ ହୁ ମୁଖ୍ୟଙ୍କୁ କରୋନା ମହାମାରୀ କେବେ ଶେଷ ହେବ? ଏ ନେଇ ପ୍ରଶ୍ନ କରାଯାଇଥିଲା।

ଟେଡ୍ରୋସ କହିଛନ୍ତି, “ମହାମାରୀ ସେତେବେଳେ ସମାପ୍ତ ହେବ ଯେତେବେଳେ ବିଶ୍ୱ ଏହାକୁ ସମାପ୍ତ କରିବାକୁ ଚୟନ କରିବ। ଏହା ଆମ ହାତରେ ଅଛି। ଆମ ପାଖରେ ଆବଶ୍ୟକ ସମସ୍ତ ସାଧନ ଅଛି। ପ୍ରଭାବଶାଳୀ ଜନସ୍ୱାସ୍ଥ୍ୟ ଉପକରଣ ଏବଂ ପ୍ରଭାବଶାଳୀ ଚିକିତ୍ସା ଉପକରଣ। କିନ୍ତୁ ବିଶ୍ୱ ସେହି ଉପକରଣଗୁଡ଼ିକୁ ଭଲ ଭାବରେ ବ୍ୟବହାର କରିନାହିଁ।”

Leave A Reply

Your email address will not be published.