Latest Odisha News

BREAKING NEWS

ଦିଲ୍ଲୀରୁ ଫେରି ମେଣ୍ଟ ପ୍ରସଙ୍ଗରେ ମନମୋହନ କହିଲେ; ‘ସବୁ ଠିକ୍ ଚାଲିଛି, ବିଚାର ଆଲୋଚନା କରୁଛୁ’

ଭୁବନେଶ୍ୱର: ଓଡ଼ିଶାରେ ବିଜେପି- ବିଜେଡି ମେଣ୍ଟ ନେଇ ଆଲୋଚନା ଚାଲିଥିବା କଥାକୁ ଶେଷରେ ସ୍ୱୀକାର କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଆଜି ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ଚର୍ଚ୍ଚା ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନମୋହନ କହିଛନ୍ତି, ଆଲୋଚନା ଚାଲିଛି । ସବୁ ଠିକ୍ ଚାଲିଛି । ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି । ସବୁ ବିଷୟରେ ବିଚାର ଆଲୋଚନା କରୁଛୁ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ।

ସୂଚନା ଥାଉକି, ଓଡ଼ିଶାରେ କୌଣସି ମେଣ୍ଟ ହେବ ନାହିଁ ଓ ବିଜେପି ଏକାକୀ  ନିର୍ବାଚନ ଲଢ଼ିବ ବୋଲି ପୂର୍ବରୁ ସବୁବେଳେ ଦୃଢ଼ତାର ସହ କହି ଆସୁଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ହେଲେ କେନ୍ଦ୍ର ନେତୃତ୍ୱଙ୍କ ଡାକରା ପରେ ଗତ ଦିନ ହେଲା ବିଜେପି ରାଜ୍ୟ ସଭାପତି, ପ୍ରଭାରୀ, ସହ ପ୍ରଭାରୀ ପ୍ରମୁଖ ଦିଲ୍ଲୀିରେ ଡେରା ପକାଇଥିଲେ ।  ଗତକାଲି ଅପରାହ୍ନରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ଘରେ ରାଜ୍ୟ ବିଜେପି ନେତାଙ୍କ ଦୀର୍ଘ ସମୟ ଧରି ବୈଠକ ଚାଲିଥିଲା । ଏଥିରେ ରାଜ୍ୟରେ ମେଣ୍ଟ ନେଇ ଆଲୋଚନା ହୋଇଥିବା କୁହାଯାଉଛି । ଏହାପରେ ଆଜି ଦିଲ୍ଲୀରୁ ଭୁବନେଶ୍ୱର ଫେରିବା ପରେ ଗଣମାଧ୍ୟମକୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ମନମୋହନ ସାମଲ ।

Leave A Reply

Your email address will not be published.