Latest Odisha News

BREAKING NEWS

ରାଜଧାନୀରେ ବିଜେପି-ବିଜେଡି ବାହାଘର, ଲୋକଦେଖାଣିଆ କହିଲେ ଭୂପିନ୍ଦର

ଭୁବନେଶ୍ୱର: ରାଜନୀତିରେ ବାହାଘର। ଇଏ କୌଣସି ବର କନ୍ୟା ନୁହନ୍ତି ଯାହାଙ୍କର ବିବାହ ହୋଇଛି ବରଂ ବିଜେଡି ସହ ବିଜେପିର ବାହାଘର ହୋଇଛି ହାତ। ଆଉ ଏ ବାହାଘର କରାଇଛି କଂଗ୍ରେସ । ରାଜଧାନୀ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଏହି ବାହାଘର ହୋଇଛି । ହିନ୍ଦୁ ପରମ୍ପରା ଅନୁଯାୟୀ ଯେଉଁଭଳି ବିବାହ ହୁଏ ତାହା କରିଛି କଂଗ୍ରେସ। ପଣ୍ଡିତଙ୍କ ଦ୍ବାରା ମନ୍ତ୍ର ପାଠ ହେବା ସହିତ ବର ଯାତ୍ରାରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଓ ଦଳର ଅନ୍ୟ ନେତା ନାଚିଥିଲେ।

ଅତିଥିମାନଙ୍କୁ ନିମନ୍ତ୍ରଣ କାର୍ଡ ବାଣ୍ଟି କଂଗ୍ରେସ କହିଛି ଯେ ଗତ ୨୫ ବର୍ଷ ଧରି ଉଭୟ ବିଜେପି ଓ ବିଜେଡି ଏକାଠି ଅଛନ୍ତି। ଏବେ ସେମାନଙ୍କୁ ବିବାହ କରିବାର ସମୟ ଆସିଛି।

ଏହା କିଛି ନୂଆ କଥା ନୁହେଁ। ସେମାନେ ୨୫ ବର୍ଷ ଧରି ଏକାଠି ଅଛନ୍ତି। କେନ୍ଦ୍ର ସରକାର ଆଣିଥିବା ଗୋଟିଏ ବି ବିଲକୁ ସଂସଦରେ ବିଜେଡି ବିରୋଧ କରିନାହିଁ। ସେମାନଙ୍କ ବନ୍ଧୁତା ଏତେ ଦୃଢ଼ ଯେ ସେମାନେ ସାଂସଦମାନଙ୍କୁ ଏକାଠି ରାଜ୍ୟସଭାକୁ ମଧ୍ୟ ପଠାନ୍ତି। ବିଜେଡିର ଚିଟ୍ ଫଣ୍ଡ ଦୁର୍ନୀତିକୁ କେନ୍ଦ୍ର ଦମନ କରିଛି। କିନ୍ତୁ ସେମାନେ ଲୋକଙ୍କ ସମ୍ମୁଖରେ ପରସ୍ପରକୁ ବିରୋଧ କରିବାର ନାଟକ କରୁଛନ୍ତି ବୋଲି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି। ଯାହାଙ୍କ ନେତୃତ୍ୱରେ ଏହି ବିବାହ ହୋଇଛି ।

ଏହା ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମି । ଓଡ଼ିଶାରେ ଲିଭ୍ ଇନ୍ ରିଲେସନସିପ୍ କୁ ଆମେ ଗ୍ରହଣ କରୁନାହୁଁ। ତେଣୁ ଯଦି ସେମାନେ ଏକାଠି ଥାଆନ୍ତି, ତେବେ ସେମାନଙ୍କୁ ବିବାହ କରିବା ଭଲ, ଯାହାଦ୍ୱାରା ଲୋକମାନେ ସେମାନଙ୍କର ପ୍ରକୃତ ସମ୍ପର୍କ ଜାଣିପାରିବେ ବୋଲି ନୱାଜ କହିଛନ୍ତି।

ପିସିସି ସଭାପତି ଅଜୟ କୁମାର କହିଛନ୍ତି, ବିଜେଡି ହେଉଛି ବିଜେପିର  ଅଂଶୀଦାର। ସେମାନେ ଦିଲ୍ଲୀର ଲୋଧି ପାର୍କରେ ହାତ ମିଳାଇ ବୁଲୁଛନ୍ତି ଏବଂ ଓଡ଼ିଶାରେ ମଞ୍ଚ ନାଟକ କରୁଛନ୍ତି।

କଂଗ୍ରେସର ଅଭିଯୋଗ ଓ ବିବାହ ଉପରେ ପ୍ରତିକ୍ରିୟା ରଖି ବିଜେପି ନେତା ବିରଞ୍ଚି ତ୍ରିପାଠୀ କହିଛନ୍ତି, କଂଗ୍ରେସ ଭ୍ରମରେ ପଡ଼ିଯାଇଛି। ଏହାର କାରଣ ହେଉଛି ଓଡ଼ିଶା ଓ ଭାରତରୁ ସେମାନଙ୍କର ବିଲୁପ୍ତ ସ୍ଥିତି। ଏପରି କହିବାପାଇଁ କଂଗ୍ରେସର କୌଣସି ନୈତିକ ଆଧାର ନାହିଁ।

ସେହିପରି ବିଜେଡି ନେତା ଭୁପିନ୍ଦର ସିଂହ କହିଛନ୍ତି, ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ନିର୍ବାଚନ ସମୟରେ ଏଭଳି ଖେଳ ଖେଳୁଥିବା ଦଳକୁ ସାଧାରଣତଃ ଭୋଟରମାନେ ଗ୍ରହଣ କରନ୍ତି ନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ବିଜେପି ଓ ବିଆରଏସ ସମାନ ବିବାହ କରିଥିଲା କଂଗ୍ରେସ।

ସୂଚନାଯୋଗ୍ୟ, ଓଡ଼ିଶା କଂଗ୍ରେସ ପକ୍ଷରୁ ଜାନୁଆରି ୨୧ତାରିଖରୁ ୨୦ ଦିନିଆ ଜନସମ୍ପର୍କ ବସ୍ ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ରାଜ୍ୟର ସମସ୍ତ ୧୪୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ପରିକ୍ରମା କରିବ ।

Comments are closed.