Latest Odisha News

BREAKING NEWS

ପୁଣି ଏକାଠି ବଡ ପରଦାରେ ନଜର ଆସିବେ ସନ୍ନି ଦେଓଲ ଓ ପ୍ରୀତି ଜିଣ୍ଟା, ଏହି ଫିଲ୍ମରେ କରିବେ ଡେବ୍ୟୁ

ମୁମ୍ବାଇ: ବଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଡ୍ ଅଭିନେତାମାନଙ୍କ ମଧ୍ୟରୁ ସନ୍ନି ଦେଓଲ୍ ଏକ । ଗତବର୍ଷ ମୁକ୍ତିଲାଭ କରିଥିବା ସନ୍ନିଙ୍କ ଅଭିନୀତ ଫିଲ୍ମ ‘ଗଦର ୨’ କୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ତାଙ୍କର ଅନ୍ୟ ଏକ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଲାହୋର: ୧୯୪୭’ ପାଇଁ ଏବେଠୁ ସେ ଚର୍ଚ୍ଚାରେ । ଏହି ଚଳଚ୍ଚିତ୍ରଟି ଅମୀର ଖାନ ପ୍ରଡକ୍ସନ୍ସ ଦ୍ୱାରା ପ୍ରଯୋଜିତ ହେବ । ଏହାରିଭିତରେ ଖବର ମିଳୁଛି ଯେ, ଲାହୋର-୧୯୪୭ରୁ ବଲିଉଡ ଦୁନିଆକୁ ପୁଣି ଏଣ୍ଟ୍ରୀ କରୁଛନ୍ତି ବଲିଉଡର ଚୁଲବୁଲି ନାୟିକା ପ୍ରୀତି ଜିଣ୍ଟା ।

ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ରୀତି ଜିଣ୍ଟାଙ୍କୁ ୨୪ ଜାନୁଆରୀରେ ମୁମ୍ବାଇର ଏକ ଷ୍ଟୁଡିଓରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଥିଲା । ଏକ ବିଶେଷ ସୁତ୍ରରୁ ଖବର ମିଳିଛି ଯେ, ଅଭିନେତ୍ରୀ ଜଣଙ୍କ ସନ୍ନି ଦେଓଲଙ୍କ ଆଗାମୀ ଚଳଚ୍ଚିତ୍ର ଲାହୋର: ୧୯୪୭ ପାଇଁ ଲୁକ୍ ଟେଷ୍ଟ ଦେବାକୁ ଯାଇଥିଲେ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଏହି ଚଳଚ୍ଚିତ୍ରରେ ବହୁ ବର୍ଷ ପରେ ଅଭିନେତ୍ରୀ ସିଲଭର୍ ପରଦାକୁ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିବେ। ଏହାକୁ ଶୁଣି ବର୍ତ୍ତମାନ ପ୍ରୀତିଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।

ଦିନ ଥିଲା ପ୍ରୀତି ଜିଣ୍ଟା ଏବଂ ସନ୍ନି ଦେଓଲଙ୍କ ଯୋଡି ବଲିଉଡରେ ରାଜ୍ କରୁଥିଲା । ଉଭୟଙ୍କୁ ଅନେକ ଫିଲ୍ମରେ ଏକାଠି ଦେଖିବାକୁ ମିଳିଛି । ‘ହିରୋ: ଲଭ୍ ଷ୍ଟୋରୀ ଅଫ୍ ଏ ସ୍ପାଏ’, ‘ଫର୍ଜ୍’, ‘ଭାୟାଜୀ ସୁପରହିଟ୍’ ଭଳି ଅନେକ ଚଳଚ୍ଚିତ୍ରରେ ଉଭୟେ ଏକାଠି କାମ କରିଛନ୍ତି | ଗତ ବର୍ଷ ଗଦର-୨ରେ ସନ୍ନି ଦେଓଲ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ | ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହେବା ସହ ଭଲ ଆୟ ମଧ୍ୟ କରିଥିଲା । ତେଣୁ  ଅମୀର ଖାନ ତାଙ୍କୁ ଲାହୋର ୧୯୪୭ ଅଫର କରିଥିଲେ। ରିପୋର୍ଟ ଅନୁସାରେ, ଅମିରଙ୍କ ପ୍ରଡକ୍ସନ୍ ଲାହୋର ୧୯୪୭ର ସୁଟିଂ ଫେବୃଆରୀରେ ଆରମ୍ଭ ହେବ । ଲାହୋର ୧୯୪୭ ହେଉଛି ରାଜକୁମାର ସନ୍ତୋଷଙ୍କ ଦ୍ୱାରା ଲିଖିତ ଏକ ପାର୍ଟିଶନ ଡ୍ରାମା ଯେଉଁଥିରେ ସନ୍ନି ଦେଓଲ ମୁଖ୍ୟ ଭୂମିକାରେ ନଜର ଆସିବେ। ଫେବୃଆରୀ ୧୨,୨୦୨୪ରେ ଫିଲ୍ମର ନିର୍ମାତା ସୁଟିଂ ସେଟକୁ ଯିବେ ।

Leave A Reply

Your email address will not be published.