Latest Odisha News

ମମିତା ହତ୍ୟା ମାମଲା: ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ପାଳନ

ସମ୍ୱଲପୁର: ବହୁ ଚର୍ଚ୍ଚିତ ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ରାଜନୀତି ତେଜିବାରେ ଲାଗିଛି । ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରପ ପରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିକୁ ଜୋରଦାର କରିଛି ବିଜେପି । ଆଜି ସମ୍ୱଲପୁର ଜିଲ୍ଲାରେ ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯିବ ।

ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ । ବିଜେପି ନେତା ଓ କର୍ମୀ ପିକେଟିଂ କରି ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି । ଅଟକାଇଛନ୍ତି ଗାଡ଼ି ମୋଟର । ବନ୍ଦ ରହିଛି ଦୋକାନ ବଜାର । ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ମମିତା ହତ୍ୟା ମାମଲାରେ ମନ୍ତ୍ରୀଙ୍କ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ଆନ୍ଦୋଳନକାରୀ ।

ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦେଲେ ଆଉ ସବୁ ବନ୍ଦ । ସୁରକ୍ଷା ଦୃଷ୍ଟିରୁ ସମ୍ୱଲପୁରରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ସେପଟେ ଆଜି ବିଜେପିର ଏକ ଟିମ୍ ମୃତ ମମିତାଙ୍କ ପରିବାର ଲୋକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଟିମ୍ ତାଙ୍କ ଗାଁ ଅଭିମୁଖେ ଯାଇଛି ।

Leave A Reply

Your email address will not be published.