Latest Odisha News

କୋଭାକ୍ସିନ ଟିକାକୁ ଆଜି ମିଳିପାରେ ଡବ୍ଲୁଏଚଓର ଅନୁମୋଦନ

ଭାରତର କୋଭାକ୍ସିନ ଟିକାକୁ ଆଜି ଅନୁମୋଦନ ଦେଇପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏଥିପାଇଁ ଆଜି ଡବ୍ଲୁଏଚଓ ବୈଷୟିକ ପରାମର୍ଶଦାତା କମିଟିର ବୈଠକ ବସୁଛି । ଭାରତ ବାୟୋଟେକ ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ନେଇ ବିଚାର କରିବ ଏହି କମିଟି । ଏଥିପାଇଁ ଡବ୍ଲୁଏଚଓ ମାଗିଥିବା ସମସ୍ତ ତଥ୍ୟ ପର୍ଯ୍ୟାୟକ୍ରମେ ଦେଇଛି ଟିକା ନିର୍ମାତା ଭାରତ ବାୟୋଟେକ କମ୍ପାନି । ଏପରିକି ସେପ୍ଟେମ୍ବର ୨୭ରେ କମ୍ପାନି ପକ୍ଷରୁ ସବିଶେଷ ତଥ୍ୟ ଦିଆଯାଇଥିଲା ।

ଭାରତରେ ନିର୍ମିତ ଏହି କରୋନା ଟିକା ନେବାପାଇଁ ବିଶ୍ୱର ଏକାଧିକ ରାଷ୍ଟ୍ର ଆଗ୍ରହ ପ୍ରକାଶ କରିଛନ୍ତି । ଭାରତରେ ବ୍ୟବହାର ପରେ ବଳକା ଟିକାକୁ ବିଦେଶ ରପ୍ତାନୀ ପାଇଁ ଯୋଜନା କରୁଛି ଭାରତ ବାୟୋଟେକ । ସେହିପରି କୋଭାକ୍ସିନକୁ ଡବ୍ଲୁଏଚଓ ମାନ୍ୟତା ମିଳିଲେ ଏହି ଟିକାର ଦୁଇଟି ଡୋଜ ନେଇଥିବା ଭାରତୀୟଙ୍କୁ ବିଦେଶ ଯାତ୍ରା ପାଇଁ ଅନୁମତି ମିଳିବା ସହଜ ହେବ ।

Leave A Reply

Your email address will not be published.