Latest Odisha News

BREAKING NEWS

ସତ୍ୟବାଦୀରେ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ବିଜୟ

ସତ୍ୟବାଦୀ: ପୁରୀ ଜିଲ୍ଲାର ୬ ବିଧାନସଭା ଆସନ ମଧ୍ୟରୁ ବିଜେପି ୪ଟି ଆସନରେ ବିଜୟ ଲାଭ କରିଛି । ନିମାପଡ଼ା, ପିପିଲି, ବ୍ରହ୍ମଗିରି ଏବଂ ସତ୍ୟବାଦୀ ବିଧାନସଭା ଆସନରେ ବିଜେପି ବିଜୟ ହୋଇଛି । ସତ୍ୟବାଦୀ ଆସନରେ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମାଙ୍କଠାରୁ ଜିତିଛନ୍ତି । ୧୭ ହଜାର ୭୦୮ ଖଣ୍ଡ ଭୋଟ୍‌ରେ ଜିତିଛନ୍ତି ଓମ୍ ।

ଗତ କିଛି ଦିନ ତଳେ ପୁରୀ ଜିଲ୍ଳା ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ବିରୋଧରେ ପୋଲିସ ପକ୍ଷରୁ ଲୁକଆଉଟ୍ ନୋଟିସ ଜାରି କରିଥିଲା । ଇଭିଏମ୍ ଭଙ୍ଗାରୁଜା ଏବଂ ପୋଲିଂ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା । ପରେ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ବିରୋଧରେ ପ୍ରିଜାଇଡିଂ ଅଫିସର ଥାନାରେ ଏକ ମାମଲା ରୁଜୁ କରିଥିଲେ ।

Leave A Reply

Your email address will not be published.