Latest Odisha News

‘ରଙ୍ଗ କି ନାଁ ବଦଳାଇଲେ, ବଦଳି ଯିବନି ୨୪ ବର୍ଷର ବିକାଶର ଇତିହାସ’

ଭୁବନେଶ୍ବର: କେବଳ ନାଁ ଓ ରଙ୍ଗ ବଦଳାଇବାକୁ ସରକାରକୁ ଆସିଛି ବିଜେପି । ରଙ୍ଗ କି ନାଁ ବଦଳାଇଲେ ୨୪ ବର୍ଷର ବିକାଶର ଇତିହାସ ବଦଳିଯିବନି ବୋଲି ବିଜେପିକୁ କଡା ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ।

ପ୍ରକୃତରେ ବିଜେପି ସରକାରକୁ ଆସିବା ପରେ ବିଜେଡିର ବିଭିନ୍ନ ଲୋକ ହିତକାରୀ ଯୋଜନାର ନାଁ ଓ ରଙ୍ଗ ପରିବର୍ତ୍ତନ କରିଦେଇଥିଲା । ଏହାରି ଭିତରେ ଗତକାଲି ରାଜ୍ୟ ସରକାର ସମସ୍ତ ସରକାରୀ କୋଠାର ରଙ୍ଗ ବାହାର ପଟ କମଳା ଓ ନାଲି ବର୍ଡ଼ର ରହିବ ବୋଲି ଘୋଷଣା କରିଥିଲେ । ଯାହାକୁ ନେଇ ପୁଣି ବିଜେପି ସରକାରଙ୍କୁ ଘେରିଛି ବିଜେଡି ।

ଏନେଇ ମିଶ୍ର କହିଛନ୍ତି, ନାଁ ବଦଳାଇବା ଓ ରଙ୍ଗ ବଦଳାଇବା ବିଜେପି ସରକାରର ମୁଖ୍ୟ ଏଜେଣ୍ଡା । ଏଥିରେ କିଛି ପରିବର୍ତ୍ତନ ହେବନାହିଁ । ପଦଯାତ୍ରାରେ ନବୀନ ପଟ୍ଟନାୟକ କହିଛନ୍ତି ଯେ ରଙ୍ଗ ବଦଳିଲେ, ବିକାଶର ଇତିହାସ ବଦଳି ଯିବନାହିଁ । ନବୀନଙ୍କ ସଫଳତା ଯାହା ଗତ ୨୪ ବର୍ଷରେ ହୋଇଛି, ତାହା ବିଜେପି ସରକାର କେବଳ ରଙ୍ଗ ମାରି ଏବଂ ନାଁ ପରିବର୍ତ୍ତନ କରି ଲିଭେଇ ଦେଇ ପାରିବେ ନାହିଁ । ଏଥିସହିତ ବିଜେପିର ୨୪ ବର୍ଷର ସରକାର ଲାଞ୍ଛନାକୁ ଜବାବ ଦେଇ ସେ କହିଛନ୍ତି, ବିଜେପି ୨୪ ବର୍ଷ ୨୪ ବର୍ଷ କହୁଛି ହେଲେ ଭୁଲି ଯାଉଛନ୍ତି ଯେ ସେମାନେ ବିଜେଡି ସହ ୯ ବର୍ଷ ଥିଲେ ।

Leave A Reply

Your email address will not be published.