Latest Odisha News

BREAKING NEWS

ମମିତାଙ୍କ ଘରେ ପହଁଞ୍ଚିଲେ ଜାତୀୟ ମହିଳା ମୋର୍ଚ୍ଚା ଟିମ୍

ନୂଆପଡ଼ା: ବିଜେପି ଜାତୀୟ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ସମେତ ୩ ଜଣିଆ କେନ୍ଦ୍ରୀୟ ମହିଳା ଦଳ ଓଡ଼ିଶା ଗସ୍ତରେ ଆସିଛନ୍ତି । ଜାତୀୟ ମହିଳା ମୋର୍ଚ୍ଚା ସଭାପତି ଭି .ଶ୍ରୀନିବାସନ,ଶୀର୍ଷା ହରିୟାଣା ଲୋକସଭା ସାଂସଦ ସୁନିତା ଦୁଗଲ ,ପଶ୍ଚିମବଙ୍ଗ ବିଧାୟକ ଶ୍ରୀ ରୂପା ମିତ୍ର ଚୌଧୁରୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ସେମାନେ ବଲାଙ୍ଗୀର ଜିଲ୍ଲାର ଝରଣୀ ଗାଁ କୁ ଯାଇ ମମିତାଙ୍କ ପରିବାରକୁ ଭେଟିଛନ୍ତି । ପରେ ସେମାନେ କଳାହାଣ୍ଡି ମହାଲିଙ୍ଗି ପବ୍ଲିକ ସ୍କୁଲକୁ ପରିଦର୍ଶନ କରିବେ।

BjdElectrycity

ଗ୍ରାଉଣ୍ଡ ରୁ ଯାହା ଦେଖିବେ ଆସନ୍ତା କାଲି ସାମ୍ବାଦିକ ସମ୍ମିଳନୀ ରେ ତାଙ୍କ ପ୍ରତିକ୍ରିୟା ରଖିବେ ବୋଲି ଜଣା ପଡ଼ିଛି। ମମିତା ମେହରଙ୍କ ହତ୍ୟା ଘଟଣାରେ ରାଜ୍ୟ ଗୃହମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରି ଜୋରଦାର ବିରୋଧ ପ୍ରଦର୍ଶନ କରୁିଥିବା ବେଳେ ଭାରତୀୟ ଜନତା ପାର୍ଟି ଏହି ଘଟଣାକୁ ଜମାରୁ ହାଲୁକା ଭାବେ ନେବାକୁ ଚାହୁଁନାହିଁ।ଦିଲ୍ଲୀରେ ପ୍ରବକ୍ତା ସମ୍ବିତ ପାତ୍ରା ସାମ୍ବାଦିକ ସମ୍ମିଳନୀ କରି ଏହି ଘଟଣାକୁ ନେଇ ଓଡିଶା ସରକାର ଉପରେ ବର୍ଷି ଥିବା ବେଳେ ଆଜି ଜାତୀୟ ମହିଳା ମୋର୍ଚ୍ଚା ଓଡ଼ିଶା ଗସ୍ତରେ ଆସିଛନ୍ତି ।

ଏହି ତିନି ଜଣିଆ ମହିଳା ଟିମ ରାୟପୁରର ରୁ ବାହାରି ଓଡିଶାର ନୂଆପଡା ଜିଲ୍ଲା ଖରିଆର ରୋଡ଼ ରେ ପହଞ୍ଚିଥିଲେ। ଜୋଙ୍କ ନଦୀ ପୋଲ ପାଖରେ ନୂଆପଡା ଭାଜପା ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମହିଳା ମୋର୍ଚ୍ଚା ସଭାପତିଙ୍କ ସହିତ ତିନି ଜଣିଆ ଟିମ ଘଟଣାର ସବିଶେଷ ତଥ୍ୟ ବିଜେପି ସଭାପତି ଜେପି ନଡ୍ଡା ଙ୍କୁ ପ୍ରଦାନ କରିବେ ବୋଲି  ସାଂସଦ ସୁନିତା ଦୁଗଲ ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.