Latest Odisha News

ଦରଦାମ ଆନ୍ଦୋଳନକୁ ନେଇ ବିଜେଡିକୁ ବିଜେପିର କଟାକ୍ଷ, କହିଲା ‘ବିଜୁ ଯାତ୍ରା ଦଳ’

ଭୁବନେଶ୍ୱର: ଦରଦାମ ବୃଦ୍ଧିକୁ ନେଇ ଆସନ୍ତା ୬ ତାରିଖରେ ବିଜେଡିର ଆନ୍ଦୋଳନକୁ କଡ଼ା କଟାକ୍ଷ କରିଛି ବିଜେପି। ବିଜେଡିର ଚାଷୀ କାନ୍ଦ ନାଟକ ଧରାପଡିବା ପରେ ଏବେ ବିଜେଡିର ଦରବୃଦ୍ଧି ନାଟକ ଆରମ୍ଭ ହୋଇଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ।

ଏନେଇ ଅନିଲ କହିଛନ୍ତି, ବିଜୁ ଜନତା ଦଳର ଅଭିନୟ ଦେଖି ଲାଗୁଛି ତାଙ୍କ ଦଳର ନାଁ ବିଜୁ ଯାତ୍ରା ଦଳ ହୋଇଥିଲେ ଭଲ ହୋଇଥାନ୍ତା। ନବୀନ ବାବୁ ନିଜ ବେଳର କଥା ଭୁଲି ଗଲେଣି।ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଓଡିଶାର ଦରଦାମ ବୃଦ୍ଧି ହାର ଦେଶରେ ୧ନଂ ସ୍ଥାନରେ ଥିଲା। ବିଜେଡି ପ୍ରଥମେ ରାଜ୍ୟବାସୀଙ୍କୁ ଉତର ଦେଉ କାହିଁକି ଓଡିଶା ଆଜି ଆଳୁ, ପିଆଜ, ଟମାଟୋ, ରସୁଣ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ?

ଏଥିସହିତ ବିଜେପି ପକ୍ଷରୁ ଏହି ତଥ୍ୟ ବି ଦିଆଯାଇଛି ଯେ, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବାର୍ଷିକ ହାରାହାରି ଭାବରେ ଆଳୁ ଦର ବର୍ଷକୁ ୫୩%, ଟମାଟୋ ୪୨%, ପିଆଜ ୩୬% ହାରରେ ଦରବୃଦ୍ଧି ହେଉଥିଲା। ବିଜେଡି ସରକାର ଏନେଇ କୌଣସି ପଦକ୍ଷେପ ନେଇନଥିଲା ବରଂ ଆଳୁ ମିଶନ ଓ ପିଆଜ ମିଶନ ନାଁରେ ଶହ ଶହ କୋଟି ଟଙ୍କା ହରିଲୁଟ୍ କରାଯାଇଥିଲା ବୋଲି ଅଭିଯୋଗ କରିଛି ବିଜେଡ଼ି।

 

Comments are closed.