Latest Odisha News

BREAKING NEWS

ପିପିଲି ଉପନିର୍ବାଚନ ପାଇଁ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା ବିଜେପି

ଭୁବନେଶ୍ବର : ପିପିଲି ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି । ଆଶ୍ରିତ ପଟ୍ଟନାୟକଙ୍କୁ ପିପିଲି ଉପନିର୍ବାଚନ ଲାଗି ପ୍ରାର୍ଥୀ କରିଛି ବିଜେପି । ଏନେଇ ବିଜେପିର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଘୋଷଣା କରିଛନ୍ତି ।

ଗତ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଆଶ୍ରିତଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ଗତ ନିର୍ବାଚନରେ ଆଶ୍ରିତ ୭୨ ହଜାର ୭୩୧ ଖଣ୍ଡ ଭୋଟ ପାଇଥିବା ବେଳେ, ବିଜେଡି ପ୍ରାର୍ଥୀ ସ୍ବର୍ଗତ ପ୍ରଦୀପ ମହାରଥୀ ପାଇଥିଲେ ୮୮ ହଜାର ୫୧୮ ଖଣ୍ଡ ଭୋଟ୍ । ୨୦୧୯ରେ ବିଜେଡି ୫୦.୬୬ ପ୍ରତିଶତ ଭୋଟ ମିଳିଥିବା ବେଳେ, ବିଜେପିକୁ ମିଳିଥିଲା ୪୧.୬୨ ପ୍ରତିଶତ ଭୋଟ ।

ତେବେ ଏହି ଆସନ ଲାଗି ବିଜେଡି ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ପ୍ରାର୍ଥୀ ଘୋଷଣା କରିନାହିଁ । ଏନେଇ ଏଆଇସିସି ନିଷ୍ପତ୍ତି ନେବ ବୋଲି ପିସିସି ସଭାପତି କହିଛନ୍ତି ।

Leave A Reply

Your email address will not be published.