Latest Odisha News

BREAKING NEWS

କୁଇନ କଙ୍ଗନାଙ୍କୁ ମିଳିଲା ଜାମିନ

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାୱତଙ୍କୁ ଜାମିନ ମିଳିଛି । ଗୀତିକାର ଜାଭେଦ ଅଖତାର ପକ୍ଷରୁ ତାଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରାଯାଇଥିଲା । କଙ୍ଗନା ୱାରେଂଟକୁ ଖାରଜ କରିବା ସହ ଜାମିନ ପାଇଁ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । କୋର୍ଟ ତାଙ୍କ ଜାମିନ ମଂଜୁର କରିଛି ।

ଏକ ଟିଭି ଚ୍ୟାନେଲରେ ସେ ଜାଭେଦଙ୍କ ବିରୋଧରେ ଆପତିଜନକ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଜାଭେଦ ଉପରୋକ୍ତ ମୋକଦ୍ଦମା ରୁଜୁ କରିଥିଲେ । ସୁଶାନ୍ତ ସିଂ ରାଜପୁତ କେସରେ କଙ୍ଗନା ଖୋଲାଖୋଲି ଭାବେ ବଲିଉଡକୁ ଦାୟୀ କରିଥିଲେ । ଯାହା ଫଳରେ ତାଙ୍କ ବିରୋଧରେ ଅନେକ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.