Latest Odisha News

BREAKING NEWS

ଦିଲ୍ଲୀ ଫେରିବା ପୂର୍ବରୁ କେନ୍ଦ୍ରୀୟ ଟିମକୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ବର : ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପରେ ଦିଲ୍ଲୀ ଫେରିଲେ ଅନୁଧ୍ୟାନ କରିବାକୁ ଆସିଥିବା ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ବିଭାଗ ଯୁଗ୍ମ ସଚିବ ସୁନୀଲ ବର୍ଣ୍ଣୱାଲ ପ୍ରଥମେ ଦିଲ୍ଲୀ ଫେରିଛନ୍ତି । ଅନ୍ୟ ସଦସ୍ୟମାନେ ଆଜି ଫେରିଯିବେ । ଦୁଇଦିନିଆ ଗସ୍ତରେ ଏହି କେନ୍ଦ୍ରୀୟ ଟିମ୍ ଟିମ ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିଲେ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରେ କେନ୍ଦ୍ରୀୟ ଟିମ୍ ବାତ୍ୟା ପରବର୍ତ୍ତି କ୍ଷୟକ୍ଷତିର ସମୀକ୍ଷା କରିଥିଲେ । ଗତକାଲି କେନ୍ଦ୍ରୀୟ ଟିମ୍ ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ଗସ୍ତ କରିଥିବା ବେଳେ, ଆଜି କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରେ କ୍ଷୟକ୍ଷତିର ଆକଳନ କରିଥିଲେ ।

ତେବେ ଏହି କେନ୍ଦ୍ରୀୟ ଟିମକୁ ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ନେତୃତ୍ବରେ ବିଜେପି ପ୍ରତିନିଧି ଦଳ ଭେଟି ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି । ଏଥିସହ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସାମିଲ ହୋଇଥିଲେ ସ୍ବତନ୍ତ୍ର ରିଲିଫ କମିଶନର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ।

ଏହି ପ୍ରତିନିଧି ଦଳରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରମୁଖ ସାମିଲ ଥିଲେ । ରାଜ୍ୟରେ ବାତ୍ୟା ‘ୟାସ’ କ୍ଷୟକ୍ଷତିର ଆକଳନ ପାଇଁ ଦୁଇ ଦିନିଆ ଗସ୍ତରେ ଆସିଥିଲେ କେନ୍ଦ୍ରୀୟ ଟିମ୍ । ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ କୁମାର ବର୍ଣ୍ଣଓ୍ବାଲଙ୍କ ନେତୃତ୍ୱରେ ୭ ଜଣିଆ କେନ୍ଦ୍ରୀୟ ଟିମ୍ ବାତ୍ୟା ପ୍ରଭାବିତ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତର ଅନୁଧ୍ୟାନ କରିବା ସହ ଲୋକଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.