Latest Odisha News

BREAKING NEWS

କରୋନାରୁ ସୁସ୍ଥ ହେଲେ ଆଉ ୮୮୩୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । କ୍ରମାଗତ ଭାବେ ଆକ୍ରାନ୍ତ ସଂଖ୍ୟା କମୁଥିବାରୁ ରାଜ୍ୟବାସୀ ଆଶ୍ବସ୍ତି ଲାଭ କରିଛନ୍ତି । ଏହାସହ ରା୍ୟରେ ବଢ଼ିବାରେ ଲାଗିଛି ସୁସ୍ଥତା ସଂଖ୍ୟା । ଏହି କ୍ରମରେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୮୮୯୬ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ସାରା ରାଜ୍ୟରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୦୯୫ ଜଣ ଥିବା ବେଳେ, କଟକରୁ ୯୫୬ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ଜିଲ୍ଲା ଉପରେ ଯଦି ନଜର ପକାଇବା, ତେବେ ସୁନ୍ଦରଗଡ଼ରୁ ୫୯୦ ଜଣ ଥିବା ବେଳେ, ଯାଜପୁରରୁ ୪୯୯, ଅନୁଗୁଳରୁ ୪୯୦, ଭଦ୍ରକରୁ ୪୬୨, ମୟୂରଭଞ୍ଜରୁ ୪୫୩, ପୁରୀରୁ ୪୦୫, କେନ୍ଦ୍ରାପଡ଼ାରୁ ୩୮୪, ବୌଦ୍ଧରୁ ୩୧୦, କଳାହାଣ୍ଡିରୁ ୩୧୦, ବରଗଡ଼ରୁ ୨୭୬, ନୟାଗଡ଼ରୁ ୨୭୩ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଜଗତସିଂହପୁରରୁ ୨୪୨ ଜଣ ସୁସ୍ଥ ହୋଇଥିବା ବେଳେ, କୋରାପୁଟରୁ ୨୦୬, ନବରଙ୍ଗପୁରରୁ ୧୯୭, କେନ୍ଦୁଝରରୁ ୧୯୬, ସୋନପୁରରୁ ୧୪୦, ସମ୍ବଲପୁରରୁ ୧୨୬, ବଲାଙ୍ଗିରରୁ ୧୧୮, ଝାରସୁଗୁଡ଼ାରୁ ୧୦୮, ଗଞ୍ଜାମରୁ ୧୦୫, ମାଲକାନଗିରିରୁ ୧୦୪, ବାଲେଶ୍ବରରୁ ୧୦୧, ଢେଙ୍କାନାଳରୁ ୯୦, ଗଜପତିରୁ ୮୬, କନ୍ଧମାଳରୁ ୮୬, ରାୟଗଡ଼ାରୁ ୮୫, ଦେବଗଡ଼ରୁ ୬୪, ନୂଆପଡ଼ାରୁ ୫୨ ଓ ଷ୍ଟେଟ୍ ପୁଲରୁ ୨୨୭ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୭ ଲକ୍ଷ ୫୬ ହଜାର ୬୪୧ ଜଣ କରେନା ଆକ୍ରାନ୍ତ ।

Leave A Reply

Your email address will not be published.